Latest Odisha News

BREAKING NEWS

ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିବା ଲକ୍ଷ୍ୟରେ ଭାରତୀୟ ଆଥଲେଟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛି । ଏ ପର୍ଯ୍ୟନ୍ତ ୧୦ ପଦକ ଜିତି ଭାରତୀୟ ଆଥଲେଟ ଗୋଟିଏ ସଂସ୍କରଣରେ ସର୍ବାଧିକ ପଦକ ଜିତିବା ରେକର୍ଡ ଅର୍ଜନ କରି ସାରିଛନ୍ତି । ୧୯୬୮ରୁ ୨୦୧୬ ପର୍ଯ୍ୟନ୍ତ ଭାରତର ୯୫ ଆଥଲେଟ ଓଭରାଲ ୧୨ ପଦକ ଜିତିଛନ୍ତି । ଏବେ ଆଉ ୩ଟି ପଦକ ଜିତି ଭାରତ କୀର୍ତିମାନ ସ୍ଥାପନ କରିବା ଲକ୍ଷ୍ୟରେ ରହିଛି । ଆଉ ୫ ଦିନ ଖେଳ ବାକିଥିବା ବେଳେ ଆଥଲେଟମାନେ ୨୩ ଇଭେଂଟରେ ଅଂଶ ଗ୍ରହଣ କରିବେ । ଏଥିରୁ ପଦକ ଦାବୀଦାର ଆଥଲେଟମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି ।

ଭାରତ ପ୍ରଥମେ ୧୯୬୮ରେ ପାରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲା । ଏଥିରେ ପଦକଶୂନ୍ୟ ହୋଇ ଆଥଲେଟମାନେ ଫେରିଥିଲେ । ୧୯୭୨ରେ ୧୦ ଖେଳାଳି ଅଂଶଗ୍ରହଣ କରି ଗୋଟିଏ ପଦକ ଜିତି ଖାତା ଖୋଲିଥିଲେ । ୧୯୭୬, ୧୯୮୦,୧୯୮୮,୧୯୯୨, ୧୯୯୬, ୨୦୦୦, ୨୦୦୮ରେ ଭାରତ ପଦକଶୂନ୍ୟ ରହିଥିଲା । ୧୯୮୪ରେ ୪, ୨୦୦୪ରେ ୨, ୨୦୧୨ରେ ୧ଟି ଏବଂ ୨୦୧୬ରେ ୪ ପଦକ ଜିତିଥିଲେ ।

Leave A Reply

Your email address will not be published.