Latest Odisha News

BREAKING NEWS

ବ୍ରହ୍ମପୁରରେ ପୁଣି ଏକ ହତ୍ୟା; ଫୁଲ କୁଣ୍ଡରେ ଛେଚି ଯୁବକକୁ ମାରିଦେଲେ !

ବ୍ରହ୍ମପୁର:ପୁଣି ଏକ ହତ୍ୟା ବ୍ରହ୍ମପୁରରେ ହୋଇଛି ।ହିଲପାଟଣା ପିଡବ୍ଲ୍ୟୁଡି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଫୁଲ କୁଣ୍ଡରେ ଛେଚି ଯୁବକକୁ ହତ୍ୟା କରାଯାଇଛି । ମୃଚଦେହ ପାଖରେ ଗୋଟିଏ ଫୁଲକୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଫୁଲ କୁଣ୍ଡରେ ମୁଣ୍ଡ କୁ ଛେଚି ହତ୍ୟା କରାଯାଇଥିବା ନେଇ ପୋଲିସ ଆଶଙ୍କା କରିଛି। ଯୁବକଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି।

ଗୋସାଇଁନୂଆଗାଁ ଥାନା ଗୀତା ଭବନ ନିକଟ ପରିତ୍ୟକ୍ତ ଘରେ ମୃତ ଦେହ ପଡ଼ିଥିବା ଅଞ୍ଚଳବାସୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଗୋସାଇଁ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଯୁବକଙ୍କ ପରିଚୟ ମିଳି ପାରିନି। ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରୁଛି । କେଉଁ କାରଣରୁ ହତ୍ୟା ତାହା ଅସ୍ପଷ୍ଟ ରହିଛି ।

Comments are closed.