Latest Odisha News

ଆଉ ଜଣେ ଋଷ ପର୍ଯ୍ଯଟକଙ୍କ ମୃତ୍ୟୁ

ରାୟଗଡା: ଭ୍ଲାଦିମିର ବିଦାନାଭଙ୍କ ପରେ ଆଉ ଜଣେ ଋଷ ପର୍ଯ୍ୟଟକ ତଥା ତାଙ୍କ ବାଲ୍ୟବନ୍ଧୁ ଆଣ୍ଟାଭା ପାଭେଲଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଦୁଇ ଋଷୀୟ ନାଗରିକଙ୍କ ମୃତ୍ୟୁ 48 ଘଣ୍ଟାରେ ରାୟଗଡାରେ ମୃତ୍ୟୁ ଘଟିଛି। ପାଭେଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ପୁଲିସ ତଦନ୍ତ କରୁଥିବା ସୂଚନା ରହିଛି।

ଋଷରୁ ରାୟଗଡା କିଛି ବ୍ୟକ୍ତି ଏକାଠି ହୋଇ ଆସିଥିଲେ।  ଏକାଠି ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିଲେ। ଗତ 22 ତାରିଖରେ ବିଦାନାଭାଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କର ଶେଷକୃତ୍ୟ ହୋଇଥିଲା। ଏହାକୁ ନେଇ ସମସ୍ତେ ଭାଙ୍ଗିପଡିଥିଲେ। ପାଭେଲ ବିଦାନାଭଙ୍କ ବାଲ୍ୟ ବନ୍ଧୁ ବୋଲି ସୂଚନା ରହିଛି। ସେ ବିଦାନାଭଙ୍କ ମୃତ୍ୟୁରେ ଭାଙ୍ଗିପଡିଥିଲେ। ହେଲେ ସଂଧ୍ୟାରେ ତାଙ୍କୁ ବୋହୁ ଖୋଜାଖୋଜି କରିଥିଲେ ଅନ୍ୟ ସହଯୋଗୀ। ଏମିତିକି ହୋଟେଲର 203 ନମ୍ବର ଯେଉଁଠି ସେ ରହୁଥିଲେ ବିଦାନାଭାଙ୍କ ସହ ଅନ୍ୟ ସହଯୋଗୀମାନେ ଯାଇ ଖୋଜିଥିଲେ । ହେଲେ ପାଭେଲଙ୍କର କୌଣସି ଖୋଜଖବର ମିଳିନଥିଲା।

ପରେ ପାଖରେ ଥିବା ଏକ ନିର୍ମାଣଧୀନ କୋଠା ନିକଟରୁ ପାଭେଲଙ୍କ ମୃତ୍ୟୁ ଘଟିଥିଲା। ସେ ଛାତରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏ ନେଇ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ପାଭେଲଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ଉଭୟ ଆତ୍ମହତ୍ୟା ଓ ହତ୍ଯା ଦିଗରୁ ତଦନ୍ତ କରୁଥିବା କହିଛି। ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଚ ହେବ ବୋଲି ପୋଲିସ କହିଛି।

 

Comments are closed.