Latest Odisha News

ଧରାକୁ ଆସିଛନ୍ତି ପ୍ରଭୁ ଯୀଶୁ, ଖ୍ରୀଷ୍ଟମାସ ପାଳନ ପାଇଁ ଉତ୍ସବମୁଖର ଗୀର୍ଜାଘର

ଭୁବନେଶ୍ୱର: ଆଜି ବଡ଼ଦିନ । ଯାହାକୁ ଖ୍ରୀଷ୍ଟମାସ ବୋଲି ଆମେ କହିଥାଉ । ଧରାପୃଷ୍ଠକୁ ଆସିଛନ୍ତି ପ୍ରଭୁ ଯୀଶୁ । ସଜେଇ ହୋଇଛି ଚର୍ଚ୍ଚ । ଯୀଶୁଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀଠୁ ସହର ।

ମଦର ମେରିଙ୍କ କୋଳରେ ଇହୁଦୀମାନଙ୍କ ଧର୍ମଦେବତା । ଆଜିର ଦିନଟିକୁ ଖୁବ୍ ଉଲ୍ଲାସର ସହ ପାଳନ କରୁଛନ୍ତି । ଘରେ ଘରେ ଖ୍ରୀଷ୍ଟମାସ ଟ୍ରି ସଜାଇବା ସହିତ ପରସ୍ପର ମଧ୍ୟରେ ଉପହାର ବଣ୍ଟନ କରିଛନ୍ତି ।

ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ବଡ଼ ପର୍ବ ଖ୍ରୀଷ୍ଟମାସ । ଲୋକେ ସାନ୍ତା କ୍ଲଜ ବେଶରେ ସଜ୍ଜିତ ହୋଇ ଉପହାର ବଣ୍ଟନ କରନ୍ତି । ଜିଙ୍ଗଲ ବେଲ୍ ଜିଙ୍ଗଲ୍ ବେଲ୍ ଜିଙ୍ଗଲ୍ ଅନ୍ ଦ ଓ୍ୱେ । ଏହି ଗୀତରେ ଝୁମିଉଠନ୍ତି ଲୋକେ । ଖ୍ରୀଷ୍ଟମାସ ପୂର୍ବ ରାତିରେ ପ୍ରଭୁ ଯୀଶୁଙ୍କ ଉଦ୍ଦେଶ୍ୟରେ କରୋଲ୍ ଗାଆନ୍ତି ଓ ବଡଦିନରେ ପ୍ରେମ ଓ ଭାଇଚାରାର ବାର୍ତ୍ତା ଭାବେ ଉପହାର ବାଣ୍ଟନ୍ତି ଓ ପରସ୍ପର ଘରକୁ ଯାଆନ୍ତି । କେବଳ ଖ୍ରୀଷ୍ଟିଆନ ନୁହେଁ ଅନେକ ସ୍ଥାନରେ ଏହି ପର୍ବ ପାଳନରେ ଅନ୍ୟମାନେ ବି ସାମିଲ ହେଉଛନ୍ତି । ଗୀର୍ଜାଘର ଗୁଡିକୁ ସୁସଜ୍ଜିତ କରାଯାଇଥାଏ । ଏହି ଦିନରେ ସ୍କୁଲ କଲେଜ୍ ଛୁଟି ରହୁଥିବାରୁ ସାର୍ବଜନୀନ ଭାବେ ଦିନଟିକୁ ହର୍ଷୋଲ୍ଲାସରେ ପାଳନ କରାଯାଉଛି ।

Leave A Reply

Your email address will not be published.