Latest Odisha News

ପୁଣି ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ।

ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା। ଏଥିରେ ନୟାଗଡ଼ର ଜଣେ ରାଣୀ ମହୁମାଛୀଙ୍କ ଜରିଆରେ ଏହି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଛି। ଜଣେ ବ୍ୟକ୍ତିଙ୍କ ଘରେ ଏହି ରାକେଟ ଚାଲିଥିଲା। ପୋଲିସ ସେଠାରୁ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେହି ଘରକୁ ପୋଲିସ ସିଲ୍ କରିଦେଇଥିବା ବେଳେ ଘର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି।

କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିଲା ପୋଲିସ। ନାବାଳିକାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଏବେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଚର୍ଚ୍ଚା ଜୋର ଧରିଛି। ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ଯାହାକୁ ନେଇ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଛି।

Comments are closed.