Latest Odisha News

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଅଧିକାରୀ

କେନ୍ଦୁଝର: ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଗତକାଲି ଭିଜିଲାନ୍ସ ଚଢ଼ାଉ କରିଥିଲା। ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଗତକାଲି ସକାଳୁ ସକାଳୁ ଭିଜିଲାନ୍ସ ରେଡ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚାଲିଥିଲା ରେଡ୍। ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।

ତା୍ଙ୍କର ଭୁବନେଶ୍ବରରେ ଗୋଟିଏ ୪ ମହଲା ସହ ୩ଟି ବହୁତଳ କୋଠା ରହିଛି। ୨ଟି ବେନାମି ଫ୍ଲାଟ୍‌ ଓ ୧୪ ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ। ୫ ଏକର ଫାର୍ମ ହାଉସ ଓ ଏଥିରେ ୭୦ ଲକ୍ଷର ସାମଗ୍ରୀ ଠାବ କରିଛି ଭିଜିଲାନ୍ସ। ସେହିପରି ତାଙ୍କ ନିକଟରୁ ୫୩ ଲକ୍ଷର ବ୍ୟାଙ୍କ ଜମା, ନଗଦ ୧ ଲକ୍ଷ ସହ ୩୦୦ ଗ୍ରାମ ସୁନା ମିଳିଛି।

ସୂଚନାଥାଉକି ବୁଧବାର ନଭେମ୍ବର ୨୭ ତାରିଖ ସକାଳୁ ଭୁବନେଶ୍ୱର, କେନ୍ଦୁଝର, ଯାଜପୁର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରିଛି। ପଦ୍ମନାଭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ତାଙ୍କ ଘରେ ଚଢ଼ାଉ କରିଛି। ଏହି ଚଢ଼ାଉରେ ୭ଜଣ ଡିଏସପି, ୫ଜଣ ଇନ୍ସପେକ୍ଟର, ୮ଜଣ ଏଏସଆଇଙ୍କ ସହ ଅନ୍ୟମାନେ ସାମିଲ୍ ଥିଲେ।

କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ମହଲା ଘର, ଭୁବନେଶ୍ୱରରେ ଥିବା ୪ ମହଲା ଘର, ଘସିପୁରା ତହସିଲ ମଦନପୁରଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନୀପାଟଣାରେ ଥିବା ଭଡ଼ାଘର ଓ ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Comments are closed.