Latest Odisha News

BREAKING NEWS

ଅଡିଓ ଟେପ୍ ଜାରି କଲେ ଡାକ୍ତର ସୁମିତ, କହିଲେ ତପସ୍ୱିନୀ ମତେ ବରବାଦ କରିଦେଲା

ବ୍ରହ୍ମପୁର : ବ୍ରହ୍ମପୁର ବହୁ ଚର୍ଚ୍ଚିତ ତପସ୍ୱିନୀ ସୁମିତ ପାରିବାରିକ କଳହ ମାମଲା । ଏହି ମାମଲାରେ ତପସ୍ୱିନୀ ଅଭିଯୋଗ ଆଣିଥିଲେ ସ୍ୱାମୀ ସୁମିତ କୁଆଡେ ତାଙ୍କୁ ଏକୁଟିଆ ଛାଡି ଚାଲିଯାଇଛନ୍ତି । ହେଲେ ସୁମିତଙ୍କ ଏକ ଅଡିଓ ଏବେ ଗଣମାଧ୍ୟମ ସାମ୍ନାକୁ ଆସିଛି ।ଯେଉଁଥିରେ ସୁମିତ କହୁଛନ୍ତି କି ଡିମ୍ପଲ ମୋତେ ବରବାଦ କରିଦେଇଛି ବୋଲି ।

ସେ କହିଛନ୍ତି କି ମୁଁ ଶାରୀରୀକ ଓ ମାନସିକ ଭାବେ ଅସୁସ୍ଥ । ତପସ୍ୱିନୀ ମୋତେ ବରବାଦ କରିଦେଇଛନ୍ତି । ମତେ ରେଷ୍ଟ ଦରକାର । ତପସ୍ୱିନୀଙ୍କ ଉପସ୍ଥିତିରେ ବିଶ୍ରାମ ନେବା ସହଜ ମନେକଲେନି ସୁମିତ । ଗୋଟିଏ ଘରେ ଏକାଠି ୭ ଦିନ କାଳ ରହିଥିଲୁ ହେଲେ ଆମ ଭିତରେ କୌଣସି ସମ୍ପର୍କ ବଢିନି ବୋଲି ସୁମିତ କହିଛନ୍ତି ।

ତପସ୍ୱିନୀ ଓ ସୁମିତଙ୍କୁ ଏକାଠି ଗୋଟିଏ ଘରେ ରହିବା ପାଇଁ ଏସଡିଜିଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେପଟେ ତପସ୍ୱିନୀ ଅନୁରୋଧ କରିଛନ୍ତି ଆମେ ଓ ଆମ ପରିବାରକୁ କେହି ବଦନାମ ନକରନ୍ତୁ ।

Leave A Reply

Your email address will not be published.