Latest Odisha News

ଶୀତ ଦିନେ ତୁଳସୀର ଉପାଦେୟତା , ଜାଣନ୍ତୁ କଣ ମିଳେ ଲାଭ ?

ଭୁବନେଶ୍ୱର: ତୁଳସୀ ଏପରି ଏକ ଗଛ ଯେଉଁଥିରେ ଔଷଧୀୟ ଗୁଣ ଭରପୁର ରହିଛି । ହଜମ ଠାରୁ ଆରମ୍ଭ କରି ଚର୍ମ ରୋଗ ପର୍ଯ୍ୟନ୍ତ ବହୁ ସମସ୍ୟାର ସମାଧାନ କରିଥାଏ ତୁଳସୀ । ଶୀତ ଦିନେ ତୁଳସୀକୁ ନିଜ ଦୈନନ୍ଦିର ଜୀବନରେ ଶୈଳୀରେ ବ୍ୟବହାର କଲେ ଅନେକ ଲାଭ ମିଳିଥାଏ ।  ତୁଳସୀରେ ଭିଟାମିନ୍- ଏ, ସି, କ୍ୟାଲସିୟମ୍, ଆଇରନ୍, ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଠାରୁ ଆରମ୍ଭ କରି କର୍କଟ ରୋଗକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ।

ତେବେ ତୁଳସୀ ବ୍ୟବହାର କରିବାର ବିଭିନ୍ନ ପ୍ରକାରର ଟିପ୍ସ ରହିଛି । ତୁଳସୀକୁ ଚଟଣୀ କରି ବ୍ୟବହାର କରିପାରିବେ । ଏହା ସହ ତୁଳସୀ ପତ୍ରକୁ ପାଣିରେ ପକାଇ ସିଝାଇ ପିଇ ପାରିବେ ।ତୁଳସୀରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରହିଥାଏ, ଯାହା ସାଧାରଣତଃ ଶୀତ ଋତୁରେ ଥଣ୍ଡା, କାଶ, ଜ୍ୱର ଆଦିରୁ ରକ୍ଷା କରିଥାଏ । ତୁଳସୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ  ।

 

ବହୁ ଆଗରୁ ତୁଳସୀ ପତ୍ରରେ ଆର୍ୟୁବେଦର ଗୁଣ ରହିଛି । ସଂକ୍ରମଣ ହୋଇଥିବା ସ୍ଥାନକୁ ଭଲ କରିବା ପାଇଁ ତୁଳସୀକୁ ବ୍ୟବହାର କରାଯାଏ । ତୁଳସୀରେ ଆଣ୍ଟି ଫଙ୍ଗାଲ୍, ଆଣ୍ଟି ଭାଇରାଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଯାହାକି ବିଭିନ୍ନ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ଏଥିସହ, ତୁଳସୀରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ଥାଏ ।ଶୀତ ଋତୁରେ ଚର୍ମ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଦିଏ । ଏପରି ପରିସ୍ଥିତିରେ ତୁଳସୀ ବ୍ୟବହାର କରିବା ଦ୍ବାରା ଶରୀରରେ ଥିବା ରକ୍ତ କଣିକା ସଫା ହୋଇଥାଏ ।

ଯେଉଁଥି ପାଇଁ ତ୍ୱଚା ମଧ୍ୟ ଚମକ ଓ ଉଜ୍ବଳ ହୋଇଥାଏ । ଏହା ସହିତ ଚର୍ମ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଶରୀରକୁ ପ୍ରାକୃତିକ ଭାବେ ଡିଟକ୍ସ କରିବା ପାଇଁ ତୁଳସୀ ଖାଇବା ହେଉଛି ସବୁଠାରୁ ସହଜ ଉପାୟ । ଏଥିପାଇଁ ପ୍ରତିଦିନ ସକାଳେ ୫ଟି ତୁଳସୀ ପତ୍ରକୁ ପାଣିରେ ଫୁଟାଇ ପିଅନ୍ତୁ । ମହାମାରୀ କରୋନା ସମୟରେ ତୁଳସୀ ଖାଇବା ମଧ୍ୟ ଲାଭଦୟକ ହୋଇଥାଏ ।

Leave A Reply

Your email address will not be published.