Latest Odisha News

BREAKING NEWS

ଓଡିଶାରେ ପୁଣି ବର୍ଷା ଆଶଙ୍କା

ଭୁବନେଶ୍ୱର : ଓଡ଼ିଶାର ଉତ୍ତର ଏବଂ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଫେବୃଆରୀ ୨୪ରୁ ୨୬ତାରିଖ ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମେତ ଝଡତୋଫାନ ହେବା ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି ।

ଏନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିବା ବେଳେ ଉତ୍ତର ଭାରତରେ ଥିବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଏଭଳି ପାଗ ସୃଷ୍ଟି ହେବାର ଆଶଙ୍କା କରିଛନ୍ତି ।

ଏହି ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ପ୍ରଭାବ ଫେବୃଆରୀ ୨୩ ତାରିଖରୁ ଅନୁଭୂତ ହେବ ।

ବଲାଙ୍ଗୀର, ସୋନପୁର, ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ଢ଼େଙ୍କାନାଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା ଏବଂ କଟକରେ ପ୍ରଭାବ ପଡ଼ିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ସେହିପରି ଫେବୃଆରୀ ୨୫ ଏବଂ ୨୬ ତାରିଖ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି ।

ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ୩୫ ଡିଗ୍ରୀ ରହିବାର ସମ୍ଭାବନା ଥିବା ବେଳେ ଏହାପରେ ତାପମାତ୍ରା କମିପାରେ । ସେହିପରି ଫେବୃଆରୀ ୨୧ ତାରିଖ ସକାଳେ କୁହୁଡିର ସମ୍ଭାବନା ଥିବା ସିଇସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.