Latest Odisha News

BREAKING NEWS

ଓଡ଼ିଶା ଟେନିସ ଖେଳାଳି କବୀର ହଂସ ପୁଣି ଏକ ଡ଼ବଲ୍ସ ଟାଇଟଲ ଜିତିଲେ

ଭୁବନେଶ୍ୱର : ଓଡ଼ିଶାର ଉଦୀୟମାନ ଯୁବ ଟେନିସ ଖେଳାଳି କବୀର ହଂସ ଚେନ୍ନାଇରେ ପୁଣି ଏକ ଡ଼ବଲ୍ସ ଟୁର୍ଣ୍ଣାମେଣ୍ଟ ଜିତିପାରିଛନ୍ତି ।

ଶୁକ୍ରବାର ଦିନ ଚେନ୍ନାଇଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତିକ ଟେନିସ ଫେଡ଼େରେସନ ଟେନିସ ଗ୍ରେଡ଼ ୪ ମ୍ୟାଚ ଜିତିପାରିଛନ୍ତି କବୀର ହଂସ ।

ଓଡ଼ିଶାର ଏହି ଯୁବ ଟେନିସ ଖେଳାଳି ଡ଼ବଲ୍ସ ବିଭାଗରେ ମେଘ ପଟେଲଙ୍କୁ ସାଥି କରି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ । ଫାଇନାଲରେ ଏହି ଦୁଇ ଡ଼ବଲ୍ସ ଯୋଡ଼ି ଦିପେନ୍ଦର ଗ୍ରେୱାଲ ଓ ଦିପିନ ୱାଦ୍ଧାଙ୍କୁ ପରାସ୍ତ କରିପାରିଛନ୍ତି ।

ଓଡ଼ିଶାର ଏହି ୧୭ ବର୍ଷୀୟ ଟେନିସ ଖେଳାଳି କବୀର ସପ୍ତାହକ ପୂର୍ବରୁ ଚେନ୍ନାଇଠାରେ ଜୁନିୟର ଜାତୀୟ କ୍ଲେ-କୋର୍ଟ ଡ଼ବଲ୍ସ ଟାଇଟଲ ହାସଲ କରିଥିଲେ ।

ଭୁବନେଶ୍ୱରରେ ରହି ଏହି ଉଦୀୟମାନ ଟେନିସ ଖେଳାଳି ଅଭ୍ୟାସ କରୁଥିବା ବେଳେ ଏବେ ଅହମ୍ମଦାବାଦରେ ଏକ ଟେନିସ ଏକାଡ଼େମୀରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ।

Leave A Reply

Your email address will not be published.