Latest Odisha News

BREAKING NEWS

ସ୍ୱଚ୍ଛ ଗ୍ରାମ ଓ ସୁସ୍ଥ ଗ୍ରାମ ଲାଗି ପୁରସ୍କାର ଦିଆଯିବ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ସୁସ୍ଥ ରହିବା ଆମର ଅଧିକାର ଓ ଦାୟିତ୍ୱ ହେବା ସହିତ ସୁସ୍ଥ ରହିଲେ ହିଁ ଆମେ ପରିବାର, ଦେଶ, ଓ ସମାଜ ପାଇଁ କିଛି କରିପାରିବା । ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ସହିତ ଦେଶର ଅର୍ଥନୀତି ଓ ବିକାଶର ଗଭୀର ସମ୍ପର୍କ ରହିଛି । ଏହା ସହିତ ସୁସ୍ଥ ରହିବା ପାଇଁ ଆମ ପରିବେଶକୁ ସଫା ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

ଆଜି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଭାଗ ନେଇଥିବା ୧୦ଟି ଜିଲ୍ଲାର ଲକ୍ଷାଧିକ ଜନତାଙ୍କ ସହିତ ସୁସ୍ଥ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ । ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଭାବରେ ନାମିତ ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପରିବେଶ ସବୁବେଳେ ଭଲ କାମ ପାଇଁ ପ୍ରେରଣା ଦେଇଥାଏ । ତେଣୁ ଜନସାଧାରଣ ସମସ୍ତେ ନିଜ ଘରେ ପାଇଖାନା କରିବା ସହ ପରିବାରର ସବୁ ସଦସ୍ୟ ଏହାକୁ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏଥିପାଇଁ ସରକାରଙ୍କ କାର୍ଯ୍ୟକ୍ରମର ସୁଯୋଗ ନେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପରିବେଶ ସଫା ରହିଲେ ଆମେ ବିଭିନ୍ନ ରୋଗକୁ ଦୂରେଇ ପାରିବା ।

ସ୍ୱଚ୍ଛ ଗ୍ରାମ, ସୁସ୍ଥ ଗ୍ରାମ । ଏ ଦିଗରେ ଭଲ କାମ କରିଥିବା ଗାଁ, ପଞ୍ଚାୟତ ଏବଂ ବ୍ଲକମାନଙ୍କୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଉଦ୍ଧୃତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ “ମକ୍ଷରବଦ୍ଭକ୍ଷସଦ୍ଭରଗ୍ଦଗ୍ଦ ସଗ୍ଦ ଦ୍ଭରଙ୍ଘଗ୍ଧ ଗ୍ଧକ୍ଟ ଶକ୍ଟୟକ୍ଷସଦ୍ଭରଗ୍ଦଗ୍ଦ” ସ୍ୱଚ୍ଛ ଗ୍ରାମ ସୁସ୍ଥ ଗ୍ରାମକୁ ଏକ ଆନ୍ଦୋଳନ ଭାବରେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଥିଲେ ।

Leave A Reply

Your email address will not be published.