Latest Odisha News

BREAKING NEWS

ଆଣ୍ଟାର୍କଟିକାରେ ତାପମାନ ବୃଦ୍ଧି: ୩୮ ବର୍ଷର ରେକର୍ଡ ଭାଙ୍ଗିଲା

ସାଓପାଓଲୋ: ଆଣ୍ଟାର୍କଟିକାର ତାପମାନ ବୃଦ୍ଧି ପାଇବା ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ୨୦୨୦ରେ ଏହାର ତାପମାନ ୨୦ ଡିଗ୍ରୀ ସେଲସିୟସ ପାଖରେ ପହଂଚିଛି । ଏହା ୩୮ ବର୍ଷର ରେକର୍ଡକୁ ଭାଙ୍ଗିଛି । ୧୯୮୨ରେ ୧୯.୮ ଡିଗ୍ରୀ ସେଲସିୟସ ରହିଥିଲା । ଏଠାରେ ତାପମାନ ବଢ଼େ କିନ୍ତୁ ଏ ଭଳି ମାତ୍ରାରେ ନୁହେଁ ବୋଲି ଗବେଷକମାନେ କହିଛନ୍ତି ।

ପୂର୍ବାପେକ୍ଷା ୨୦ ବର୍ଷ ମଧ୍ୟରେ ତାପମାନର ତାରତମ୍ୟରେ ବହୁତ ପରିବର୍ତନ ଦେଖିବାକୁ ମିଳୁଛି । ଏଠାକାର ତାପମାନ ବଢ଼ିଲେ ବରଫ ତରଳିବ ଏବଂ ଏହା ସମୁଦ୍ରରେ ମିଶବ । ସମୁଦ୍ରର ଜଳପତନ ବୃଦ୍ଧି ପାଇଲେ ଏହା ଆମ ପାଇଁ ବିପଦ ସୃଷ୍ଟି କରାଇବ ବୋଲି ଗବେଷକମାନେ ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.