ଭୁବନେଶ୍ୱର: ଚଳିତ ବର୍ଷ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ଫେବୃଆରୀ ୧୨ରେ ଭୁବନେଶ୍ୱରର ଉତ୍କଳ ରଙ୍ଗମଂଚ ଠାରେ ଗୁରୁଜୀଙ୍କ ୯୯ତମ ଜନ୍ମବାର୍ଷିକୀ ପାଳନ କରାଯାଇଛି।
ଏଥିପାଇଁ ସୃଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ), ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର(ଜିକେସିଏମ ଓଆରସି) ସହ ସହଭାଗିତା କରିଛି ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କ ଗହଣରେ ପ୍ରଖ୍ୟାତ ଥିଏଟର ବ୍ୟକ୍ତିତ୍ୱ ଶ୍ରୀ ମନୋଜ କୁମାର ପଟନାୟକ, ପ୍ରଖ୍ୟାତ ଥିଏଟର ବ୍ୟକ୍ତିତ୍ୱ ଧିର ମଲିକ, ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ଗୁରୁ ଲକ୍ଷ୍ମୀକାନ୍ତ ପାଲିତ, ପ୍ରଖ୍ୟାତ ଓଡିଶୀ ଗୁରୁ ବିଚିତ୍ରନାନ୍ଦ ସ୍ୱାଇଁ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଓ ଓଡିଶୀ ସଙ୍ଗୀତ ଗାୟିକା ଅନୁଜା ତାରିଣୀ ମିଶ୍ର (ଓଏଏସ୍), ସୃଜନ, ଭୁବନେଶ୍ୱରର ନିର୍ଦ୍ଦେଶକ ଏବଂ ଶ୍ରୀ ଶ୍ରୀ ୟୁନିଭର୍ସିଟି, କଟକର ଆର୍ଟସ, କମ୍ୟୁନିକେଶନ୍ସ ଆଣ୍ଡ ଇଣ୍ଡିକ ଷ୍ଟଡିଜ୍ ବିଭାଗର ଅଧ୍ୟାପକ ଓ ଡିନ ଗୁରୁ ରତିକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ସଙ୍ଗୀତ ପ୍ରଦର୍ଶନ ଓ ଏକ ଗ୍ରୁପ ଡ୍ୟାନ୍ସ ଉପସ୍ଥାପିତ ହୋଇଥିଲା । ପ୍ରଥମ ଅଧା ଭାଗରେ ‘ଫ୍ରମ ରାଗ ଟୁ ଭାବ- ଏ ମ୍ୟୁଜିକାଲ ଏକ୍ସପେରିଏନ୍ସ ୱିଥ ରୁପକ କୁମାର ପରିଡା’ ନାମକ କାର୍ଯ୍ୟକ୍ରମରେ ଦର୍ଶକମାନେ ପ୍ରଖ୍ୟାତ ଗାୟକ ରୁପକ କୁମାର ପରିଡାଙ୍କ ଚମତ୍କାର ପ୍ରଦର୍ଶନକୁ ଉପଭୋଗ କରିଥିଲେ। ଏହି ଭାବପୂର୍ଣ୍ଣ ପ୍ରଦର୍ଶନରେ ରୁପକ କୁମାର ପରିଡାଙ୍କ ସହ ସକ୍ଷମ ଓ ବହୁମୂଖୀ ସଙ୍ଗୀତ ସାଥୀ ଭାବେ ତବଲାରେ ନିକୁଞ୍ଜ ବିହାରୀ ସାମଲ, ଗିଟାର ବାଦକ ଭାବାତୋଶ ମହାନ୍ତି, ବଂଶୀ ଓ ସାକ୍ସୋଫୋନ ବାଦକ ଏମ. ଶ୍ରୀମାଦ୍ରି ଏବଂ କୀବୋର୍ଡରେ ଦୀପୁ ଦାସ ମହାପାତ୍ର ଉପସ୍ଥିତ ଥିଲେ।
ତବଲାର ତାଳ, ଗିଟାର ଓ କୀବୋର୍ଡର ସୁର ଏବଂ ବଂଶୀ ଓ ସାକ୍ସୋଫୋନର ସମନ୍ୱୟ କଣ୍ଠସ୍ୱରକୁ ବହୁମାତ୍ରାରେ ସୁମଧୁର ଓ ମନମୁଗ୍ଦକାରୀ କରିଥିଲା ।
ଏହି ସନ୍ଧ୍ୟାର ୨ୟ ଓ ଶେଷ ଉପସ୍ଥାପନାରେ ଗୁରୁ ପିତାମ୍ବର ବିଶ୍ୱାଳ ଓ ତାଙ୍କ ଟ୍ରୁପ ସୁରଭି ଏକ ଗ୍ରୁପ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଶ୍ରୀ ଦୂର୍ଗା ଚରଣ ରଣବୀରଙ୍କର ଜଣେ ବରିଷ୍ଠ ଓଡିଶୀ ନୃତ୍ୟ କଳାକାର ଓ ଶିଷ୍ୟ ଭାବେ ଗୁରୁ ପିତାମ୍ବର ବିଶ୍ୱାଳ ହେଉଛନ୍ତି ଜଣେ ସଫଳ ଓ ପ୍ରତିଷ୍ଠିତ ଓଡିଶୀ ନୃତ୍ୟଶିଳ୍ପୀ ଓ ବହୁମୂଖୀ କଳାକାର ଏବଂ ସେ ଗୁରୁ ସମ୍ମାନ ଆୱାର୍ଡ ଓ ଗୁରୁ ଦେବ ପ୍ରସାଦ ଦାସ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଏପରିକି ଓଡିଶୀର ବହୁ ପୁରାତନ ପରମ୍ପରାକୁ ଶ୍ରଦ୍ଧାଞ୍ଜଳି ଜଣାଇ ‘ଦ ସ୍ପିରିଟ ଅଫ୍ ଓଡିଶୀ, ଦ ସୋଲ ଅଫ୍ ଟ୍ରାଡିସନ’ର ଉପସ୍ଥାପନା କରିଥିଲେ । ସେମାନଙ୍କର ନୃତ୍ୟ ଉପସ୍ଥାପନା ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ମାନରେ ସମର୍ପିତ ଥିଲା ।
ସୁରଭି ପରମବ୍ରହ୍ମ ଭଗବାନ ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ଆହ୍ୱାନ କରି, ତାଙ୍କର ଅନନ୍ତ ସୁରକ୍ଷା, କରୁଣା ଓ କୃପା ପାଇଁ ପ୍ରାର୍ଥନା କରି ଏକ କୃଷ୍ଣ ବନ୍ଦନା ସହ ଏହାର ପ୍ରଦର୍ଶନ ଆରମ୍ଭ କରିଥିଲା । କାର୍ଯ୍ୟକ୍ରମର ଫିନାଲେରେ ବାଳଗୋପାଳଷ୍ଟକମର ଚିତ୍ରଣ କରାଯାଇଥିଲା ଯେଉଁଥିରେ ଶ୍ରୀକୃଷ୍ଣଙ୍କର ଶୈଶବ ଅବସ୍ଥା ଉପରେ ଆଧାରିତ ୮ଟି ଶ୍ଳୋକ ଅନ୍ତର୍ଭୁକ୍ତ ଥିଲା ଯାହା ତାଙ୍କର ଇଶ୍ୱରୀୟ ସୌନ୍ଦର୍ଯ୍ୟ, ତାଙ୍କର ପିଲା ବେଳର କାର୍ଯ୍ୟକଳାପ ଓ ମନୋରମ ପ୍ରକୃତିକୁ ବ୍ୟାଖ୍ୟା କରିଥିଲା । ଏକତାଳି ଓ ଜାତି ତାଲା ଗୁରୁ ରାମହରି ଦାସ ଓ ଶ୍ରୀ ସୁକାନ୍ତ କୁମାର କୁଣ୍ଡୁଙ୍କ ସଙ୍ଗୀତ ରଚନାରେ ପ୍ରସ୍ତୁତ ହୋଇଥିବା ବେଳେ ବାଳଗୋପଳଷ୍ଟକମକୁ ଗୁରୁ ଦୂର୍ଗା ଚରଣ ରଣବୀର କୋରିଓଗ୍ରାଫି କରିଥିଲେ ଏବଂ ଏହି ସନ୍ଧ୍ୟାର ଗ୍ରୁପ କମ୍ପୋଜିଶନ କରିଥିଲେ ଡଃ ପିତାମ୍ବର ବିଶ୍ୱାଳ ।
ସୁରଭିର ନୃତ୍ୟଶିଳ୍ପୀ ଅଭିପ୍ସା ଭଞ୍ଜ, ଦେବସ୍ମିତା ବେହେରା, ପଲ୍ଲବୀ ଘୋଷ, ଅନନ୍ୟା ପ୍ରିୟଦର୍ଶିନୀ, ଶ୍ୱେତା ସାହୁ, ମିରାବାଳା ସାମନ୍ତରାୟ ଓ କୀର୍ତି ବିଜୟିନୀ ଈଶ୍ୱର ଓ ନିଜର କଳା ପ୍ରତି ସେମାନଙ୍କର ଭକ୍ତିଭାବ ଓ ସମର୍ପଣଭାବକୁ ପ୍ରଦର୍ଶିତ କରିଥିଲେ ଏବଂ ପ୍ରଶଂସନୀୟ ଗୋଷ୍ଠୀ ସମନ୍ୱୟ ଓ ଆତ୍ମୀୟତା ସହ ଏକ ସ୍ମରଣୀୟ ଫିନାଲେ ଉପସ୍ଥାପନ କରିଥିଲେ। ସେମାନେ ଦେବପ୍ରସାଦ ମିଶ୍ରଙ୍କ ଜୀବନ୍ତ ଓ ଚମତ୍କାର ଲାଇଟ ଡିଜାଇନିଂ ଦ୍ୱାରା ମଂଚରେ ଚମକିଥିଲେ। ଯିଏକି ଗୁରୁ ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନ ଓ ତତ୍ୱାବଧାନରେ ଉଭୟ କାର୍ଯ୍ୟକ୍ରମର ଯୋଜନା ଓ କାର୍ଯ୍ୟକାରିତା ପାଇଁ ନିଜର ସର୍ବଶ୍ରେଷ୍ଠ ଯୋଗଦାନ ଦେଇଥିଲେ। ଏହି ସନ୍ଧ୍ୟା କାର୍ଯ୍ୟକ୍ରମକୁ ଡଃ ମୃତ୍ୟୁଞ୍ଜୟ ରଥ ସଫଳତାର ସହ ପରିଚାଳନା କରିଥିଲେ ।
Comments are closed.