Latest Odisha News

BREAKING NEWS

ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ୍ ଭାବେ କମାଲ କଲେ ସରନ୍ୟା

ଭୁବନେଶ୍ୱର: ଆନ୍ତର୍ଜାତୀୟସ୍ତରରେ ଲିଟିଲ୍ ମିସ ଭାବରେ ପୁଣି କମାଲ କରିଛନ୍ତି ୧୦ ବର୍ଷର ଓଡ଼ିଆ ଝିଅ ସରନ୍ୟା ସାମନ୍ତରାୟ । ଭାରତରୁ ପ୍ରତିନିଧିତ୍ୱ କରି ହଂକଂରେ ଆୟୋଜିତ ପ୍ରତିଯୋଗିତାରେ ସରନ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

ଭୁବନେଶ୍ୱରସ୍ଥିତ ସେଣ୍ଟ ଯୋଶେଫ ହାଇସ୍କୁଲ୍ରେ ୫ମ ଶ୍ରେଣୀରେ ପାଠ ପଢୁଥିବା ସରନ୍ୟା ଆଜି ଭୁବନେଶ୍ୱରରେ ପହଞ୍ôଚବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ବହୁ ଅନୁଷ୍ଠାନର ବ୍ୟକ୍ତିବିଶେଷ ଓ କିଛି କଳାକାର ସରନ୍ୟରଙ୍କର ଅଧିକ ସଫଳତା କାମନା କରିଛନ୍ତି । ପ୍ରକାଶଥାଉକି ନିକଟରେ ହଂକଂରେ ୨୨ଟି ଦେଶ ମଧ୍ୟରେ ଲିଟିଲ୍ ମିସ୍ ପ୍ରତିଯୋଗିତା ହୋଇଥିଲା । ସରନ୍ୟା ସାମନ୍ତରାୟ ଭାରତରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟସ୍ଥାନ ଅଧିକାର କରିଛନ୍ତି ।

ଏହି ପ୍ରତିଯୋଗିତାରେ ବିଭିନ୍ନ ଦେଶର ୬୪ଜଣ ପ୍ରତିନିଧି ଭାଗ ନେଇଥିଲେ । ଗତ ଏପ୍ରିଲ୍ ମାସରେ କେରଳର କୋଜିକୋର୍ଟଠାରେ ସର୍ବଭାରତୀୟସ୍ତରର ପ୍ରତିଯୋଗିତା ହୋଇଥିଲା । ସେଥିରେ ସରନ୍ୟା ସାମନ୍ତରାୟ ପ୍ରଥମ ରନର୍ସ ଅପ୍ ହୋଇ ହଂକଂ ଯିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

ଚଳିତ ଅଗଷ୍ଟମାସ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ହଂକଂରେ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ସରନ୍ୟା ଫାଇନାଲ ରାଉଣ୍ଡରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ଏବଂ ଟ୍ୟାଲେଣ୍ଟ ରାଉଣ୍ଡରେ ଟପ୍-୫ରେ ରହି ଦ୍ୱିତୀୟ ସ୍ଥାନ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.