Latest Odisha News

BREAKING NEWS

ହ୍ରଦର ସହର ଉଦୟପୁର

ଭୁବନେଶ୍ୱର: ବୁଲିବାକୁ ଯିବାପାଇଁ ଯୋଜନା କରୁଥିଲେ ଯାଆନ୍ତୁ ହ୍ରଦର ସହରର ଉଦୟପୁର । ଏଠାରେ ମଉଜ ସହ ପାଇ ପାରିବେ ମାନସିକ ଶାନ୍ତି।

ରାଜସ୍ଥାନର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହେଉଛି ଉଦୟପୁର। ଏଠାରେ ଥିବା ରୟାଲ ହୋଟେଲ ସାରା ଦୁନିଆରେ ବେଶ ପ୍ରସିଦ୍ଧ। ‘ଲେକ ପ୍ଲେସ’ ଏଠାକାର ଅନ୍ୟତମ ଆକର୍ଷଣ।

ଏହା ଏବେ ମହଲରୁ ପରିବର୍ତ୍ତିତ ହୋଇ ହୋଟେଲ ପାଲଟି ସାରିଲାଣି। ତେବେ ଏହାର ପ୍ରାଚୀନ ନିର୍ମାଣ ଶୈଳୀ ଖୁବ ଉଚ୍ଚକୋଟୀର। ଛାତ ଓ ଅଗଣା ବେଶ ବିରାଟକାୟ । ଜଟିଳ ଶିଳ୍ପକଳାର ଏହା ଏକ ସୁନ୍ଦର ନମୂନା। ଏହା ନିକଟରେ ଥିବା ଉଦ୍ୟାନ ଓ ଆଖପାଖର ପରିବେଶ ବେଶ ଆକର୍ଷଣୀୟ ।

କିପରି ଯିବେ:
ଆପଣ ରାଜସ୍ଥାନକୁ ରେଳ କିମ୍ବା ବିମାନରେ ଯାଇ ସେଠାରୁ ଟ୍ୟାକ୍ସି ଯୋଗେ ଉଦୟପୁର ଯାଇପାରିବେ।

Leave A Reply

Your email address will not be published.