ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ଏବଂ ଆଖପାଖ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି IGI ବିମାନବନ୍ଦର ସମେତ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ନିୟୋଜିତ କରାଯିବା ନେଇ କେନ୍ଦ୍ର ଗୃହ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି।
ତେବେ ଦେଶର ୧୦ଟି ବଡ଼ ବିମାନବନ୍ଦରକୁ ୨୦୨୬ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଡ୍ରୋନ୍-ପ୍ରୁଫ୍ କରିବା ପାଇଁ ଯୋଜନା ଚାଲିଛି।
ବର୍ତ୍ତମାନ୍ ବିଦେଶୀ ବିମାନବନ୍ଦର ମାନଙ୍କରେ ସ୍ଥାପିତ ହୋଇଥିବା ସଫଳ ଡ୍ରୋନ୍ ପ୍ରତିରୋଧୀ ସିଷ୍ଟମ୍ ମଡେଲ୍ ଗୁଡ଼ିକୁ ଅଧ୍ୟୟନ କରାଯାଉଛି ଓ ପ୍ରତ୍ୟେକ ବିମାନବନ୍ଦରରେ କେଉଁ ପ୍ରକାରର ସିଷ୍ଟମ୍ ଆବଶ୍ୟକ ତାହା ମଧ୍ୟ ନିର୍ଣ୍ଣୟ କରାଯାଉଥିବା ନେଇ କୁହାଯାଇଛି।
ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଏକପ୍ରକାର ଆଧୁନିକ ଡ୍ରୋନ୍ ସିଲ୍ଡ। ଯାହା ଅନଧିକୃତ ଡ୍ରୋନ୍ ଆସିବା ପୂର୍ବରୁ ସେମାନଙ୍କୁ ରୋକିବାରେ ସଫଳ ହୋଇଥାଏ କିମ୍ବା ଏହାକୁ ଅକ୍ଷମ କରିଥାଏ। ବିପଦପୂର୍ଣ୍ଣ କିମ୍ବା ଶତ୍ରୁ ର ଡ୍ରୋନ୍ କୁ ଚିହ୍ନଟ କରିବା ସହ ଏହାକୁ ଟ୍ରାକ୍ ଏବଂ ଅକ୍ଷମ କରିବା ପାଇଁ ଏହା ଯୋଗ୍ୟ ହୋଇଥାଏ। ତେବେ ଏହାର କାର୍ଯ୍ୟ ପ୍ରଣାଳୀ ଡିଟେକ୍ସନ୍ ରାଡାର ଉପରେ ଆଧାରିତ ଯାହାକି ଦୂରରୁ ଛୋଟ ଡ୍ରୋନ୍କୁ ଚିହ୍ନଟ କରିପାରିବାରେ ସଫଳତା ହାସଲ କରିଥାଏ। ଏଥିସହିତ ଏଥିରେ ଇନଫ୍ରାରେଡ୍ କ୍ୟାମେରା ମଧ୍ୟ ଅନ୍ତର୍ଭୁକ୍ତ ରହିଥାଏ ଯାହାକି ଦିନରାତି ଡ୍ରୋନ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥାଏ ଓ ଏଥିରେ ଏକୋଷ୍ଟିକ୍ ସେନ୍ସର ମଧ୍ୟ ରହିଥାଏ। ଯାହା ଡ୍ରୋନ୍ର ପ୍ରୋପେଲର୍ର ଶବ୍ଦ ମଧ୍ୟ ଚିହ୍ନଟ କରିପାରେ।
ବସ୍ତୁଟି ଡ୍ରୋନ୍, ପକ୍ଷୀ କିମ୍ବା ବିମାନ କି ନୁହେଁ ଏଥିରେ ଥିବା ସଫ୍ଟୱେର ଦ୍ଵାରା ଚିହ୍ନଟ ହୋଇପାରେ। ତେବେ ଏଥିରେ ଥିବା ରିମୋଟ୍ କଣ୍ଟ୍ରୋଲ୍ ଅନ୍ୟ ସିଷ୍ଟମର GPS ସିଗନାଲକୁ ଅବରୋଧ କରି ଡ୍ରୋନ୍କୁ ଦିଗହୀନ କରିଥାଏ ଓ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ ମଧ୍ୟ କରିଥାଏ।
Comments are closed.