Latest Odisha News

ରାୟଗଡ଼ାରେ ମାଓବାଦୀ ବିରୋଧୀ ପୋଷ୍ଟର

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ବିଷମକଟକର ବିଭିନ୍ନ ଅଞ୍ଚଳରେ ହିଂସାକୁ ନିନ୍ଦା କରି ମାଓବାଦୀ ବିରୋଧୀ ପୋଷ୍ଟର କାନ୍ଥରେ ଛପାଯାଇଛି ।

ଏହି ପୋଷ୍ଟର୍ ଗୁଡ଼ିକ ମେଡ଼ିକାଲ୍ ବଜାର, ଦହସିଲ ଅଫିସ ସହିତ ଅନେକ ଅଞ୍ଚଳରେ ମରାଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ପୋଷ୍ଟର ଗୁଡ଼ିକୁ ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ମରାଯାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

“ମାଓବାଦୀ ମାନେ ଏହି ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟର ବାଧକ ସାଜିଛନ୍ତି, ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ଯାନବାହନକୁ ପୋଡ଼ିଦୋବା ସହିତ ନକ୍ସଲମାନେ ପୋଲିସ ଇନଫରର୍ମର ଭାବେ ସନ୍ଦେହ କରି ନିରୀହ ଲୋକମାନଙ୍କୁ ହତ୍ୟା କରୁଛନ୍ତି, ଏଠାରେ ଏହି ନକ୍ସଲପନ୍ଥୀଙ୍କ କାର୍ଯ୍ୟକଳାପରେ ସ୍ଥାନୀୟ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି,” ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ।

ଏପରିକି ଏହି ମାଓବାଦୀ ବିରୋଧୀ ପୋଷ୍ଟରେ “ଆଉ ଏହି ମାଓବାଦୀଙ୍କ ଅତ୍ୟାଚାର ସହି ହେବନାହିଁ, ତେଣୁ ମାଓବାଦୀମାନେ ସମ୍ପୂର୍ଣ୍ଣ ହିଂସା ପରିତ୍ୟାଗ କରନ୍ତୁ ଅଥବା ଜିଲ୍ଲା ଛାଡ଼ି ଚାଲିଯାଆନ୍ତୁ,” ଉଲ୍ଲେଖ ରହିଛି ।

ସ୍ଥାନୀୟ ଲୋକମାନଙ୍କଠୁ ଏହି ଘଟଣା ସମ୍ପର୍କରେ ଜାଣିପାରି ତୁରନ୍ତ ପୋଲିସ ଏହି ପୋଷ୍ଟରଗୁଡ଼ିକୁ ଜବତ କରିବା ସହିତ ସଂପୃକ୍ତ ଅଞ୍ଚଳରେ ନିରାପତ୍ତାକୁ କଡ଼ାକଡ଼ି କରିଛି ।

Comments are closed.