Latest Odisha News

BREAKING NEWS

କୋଭିଡ୍-୧୯ ଆଣ୍ଟି ଭାଇରାଲ ଗବେଷଣା କରିବ ଆଇଆଇଟି ରୁର୍କି; ମିଳିଲା ସବୁଜ ସଂକେତ !

ଡେହେରାଡୁନ: କରୋନା ଚିକିତ୍ସା ଉପଯୋଗୀ ଆଣ୍ଟି ଭାଇରାଲ ର ଅନୁସନ୍ଧାନ ଖୁବ ଶିଘ୍ର ଇଣ୍ଡିଆନ ଇନଷ୍ଟିଟିୟୁଟ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ରୁର୍କି ଠାରେ ଆରମ୍ଭ ହେବାକୁ ଯାଉଛି ।

ସାଇନ୍ସ ଏବଂ ଇଞ୍ଜିନିୟରିଂ ରିସର୍ଚ ବୋର୍ଡ ତରଫରୁ ବାୟୋ ଟେକ୍ନୋଲୋଜି ବିଭାଗର ପ୍ରୋଫେସର ପ୍ରଭିନ୍ଦ୍ର କୁମାର ଙ୍କ ପ୍ରସ୍ତାବ କୁ ସବୁଜ ସଂକେତ ମିଳିବା ପରେ ଏହି ପ୍ରୟାସ ଆରମ୍ଭ ହୋଇଛି ।

ଅନୁସନ୍ଧାନ ନିମନ୍ତେ ଆବଶ୍ୟକୀୟ ସମସ୍ତ ପ୍ରସ୍ତୁତି ର ତଦାରଖ ସର୍ଭେ ସର ଏକ ଭର୍‌ଚୁଆଲ ସ୍କ୍ରିନିଂ ମାଧ୍ୟମରେ ଫୁଡ ଆଣ୍ଡ୍ ଡ୍ରଗ ଆଡମିନିଷ୍ଟ୍ରେସନ(ଏଫ୍‌ଡିଏ) ଦ୍ୱାରା କରାଯାଇଅଛି । କରୋନା ଭାଇରସ ମୁକାବିଲା ପାଇଁ ଆବଶ୍ୟକୀୟ ଆଣ୍ଟି ଭାଇରାଲ ପ୍ରସ୍ତୁତି ହେଉଛି, ଏହି ଅନୁସନ୍ଧାନ ର ମୂଳଲକ୍ଷ,ଯାହା କରୋନା ଓøଷଧ ପ୍ରସ୍ତୁତି କୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ଫଳପ୍ରଦ ହେବ । ସିଲିକନ ମାଧ୍ୟମରେ ହବାକୁଥିବା ଏହି ପ୍ରକ୍ରିୟା ଏକ କମ୍ପ୍ୟୁଟର ଆଣବିକ ସଂରଚନା ଉପରେ ଆଧାରିତ ।

ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ପ୍ରୋଫେସର କୁମାର, ସାଇନ୍ସ ଏବଂ ଇଞ୍ଜିନିୟରିଂ ରିସର୍ଚ ବୋର୍ଡ କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

ଏହି ଆଣ୍ଟି ଭାଇରାଲ ଅନୁସନ୍ଧାନ ର ପ୍ରୟାସ କରୋନା ଭାଇରସ ମୁକାବିଲା ଦିଗରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଇଆଇଟି ରୁର୍କି ନିର୍ଦ୍ଦେଶକ ପ୍ରୋଫେସର ଅଜିତ କୁମାର ଚତୁର୍ବେଦୀ ହିନ୍ଦୁସ୍ତାନ ଟାଇମ୍ସ କୁ ଜଣାଇଛନ୍ତି ।

ଏହି ଅନୁସନ୍ଧାନରେ ଡଃ ଗୌରବ ଶର୍ମା, ଇଣ୍ଡିଆନ ଭେଟେନାରି ଇନଷ୍ଟିଟିୟୁଟ, ଇଜାତନଗର ଏବଂ ପ୍ରୋଫେସର ଶାଇଲି ତୋମର, ବାୟୋ ଟେକ୍ନୋଲୋଜି ବିଭାଗ, ଆଇଆଇଟି ରୁର୍କି, ପ୍ରୋଫେସର ପ୍ରଭିନ୍ଦ୍ର କୁମାର ଙ୍କୁ ସହାୟତା କରୁଥିବା ଜଣାପଡିଛି ।

Leave A Reply

Your email address will not be published.