Latest Odisha News

BREAKING NEWS

ଏହି ଫିଲ୍ମ ଦେଖିବା ଅଭିଶାପ ସଦୃଶ, ଯିଏ ଦେଖିଛି ସେ….

ମୁମ୍ବାଇ: ହଲିଉଡରେ ସମସ୍ତ ପ୍ରକାର ଦର୍ଶକଙ୍କ ଭିନ୍ନ ଭିନ୍ନ ଶୈଳୀରେ ଫିଲ୍ମ ନିର୍ମାଣ ହୋଇଛି । ହରର ଫିଲ୍ମ ଏଂଟ୍ରମ ଏହାର ଜ୍ୱଳନ୍ତ ଉଦାହରଣ । ତେବେ ଏହି ଫିଲ୍ମକୁ କେହି ହଲରେ ଦେଖିପାରି ନାହାନ୍ତି । ଏଂଟ୍ରମ ଏକ ଶାପିତ ଫିଲ୍ମ ବୋଲି କୁହାଯାଏ । ଯିଏ ଏହି ଫିଲ୍ମ ଦେଖିଛି ତାର ପ୍ରାଣ ଯାଇଛି ବୋଲି କୁହାଯାଏ । ଏହା ସତ କି ମିଛ ତାହା ଆମେ କହୁ ନାହୁଁ । ଏଂଟ୍ରମର ଆରମ୍ଭ ଏକ ମିନି ମକ୍ୟୁମେଂଟ୍ରିରୁ ହୋଇଥାଏ । ଯାହା ଫିଲ୍ମ ସମ୍ପର୍କରେ କହିଥାଏ । ୧୯୭୯ରେ କେତେକ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ଲୁଚା ଛପାରେ ରହସ୍ୟମୟ ଢ଼ଙ୍ଗରେ ପ୍ରଦର୍ଶିତ କରାଯାଇଥିଲା । ଯେଉଁମାନେ ଏହାକୁ ଦେଖିଥିଲେ ସେମାନଙ୍କ ଭିନ୍ନ ଭିନ୍ନ କାରଣରେ ମୃତ୍ୟୁବରଣ କରିଥିଲେ ।

ଫିଲ୍ମରେ ଏକ ଦୃଶ୍ୟ ଅଛି ଯେଉଁଥିରେ ଏଂଟ୍ରମ ସମ୍ମୁଖକୁ ଆସିଥାଏ ଏବଂ ଦର୍ଶକଙ୍କୁ ଚେତାବନୀ ଦେଇଥାଏ । ଆପଣମାନେ ନିଜ ଜୀବନକୁ ବିପଦରେ ପକାଇ ଏହି ଫିଲ୍ମ ଦେଖୁଛନ୍ତି । ସତର୍କ ରହିବେ । ଫିଲ୍ମକୁ ରିଲିଜ କରାଯାଇ ପାରି ନଥିଲା । ୧୯୮୮ରେ ବୁଡାପେଷ୍ଟରେ ଏହି ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଜଣେ ଥିଏଟର ମାଲିକ ସାହସ କରିଥିଲେ । ଫିଲ୍ମ ଚାଲିବାର କିଛି ସମୟ ପରେ ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା । ଏହା ଶାପିତ କି ନୁହେଁ ତାଆ ଆମେ ଜାଣି ନାହୁଁ, ଯେଉଁ ତଥ୍ୟ ପ୍ରଦାନ କରାଯାଉଛି ତାହା ସଂଯୋଗ ହୋଇପାରେ । ତଥାପି ଆଜି ପର୍ଯ୍ୟନ୍ତ କେହି ଏହି ଫିଲ୍ମକୁ ରିଲିଜ କରିବାକୁ ସାହସ କରୁ ନାହାନ୍ତି । ଏଂଟ୍ରମର ଭୟ ଏବେ ବି ମନରୁ ଯାଉ ନାହିଁ ।

Leave A Reply

Your email address will not be published.