Latest Odisha News

BREAKING NEWS

ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ: ମୋଦୀ

ଶ୍ରୀନଗର: ଆଗାମୀ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମାନଙ୍କର ପ୍ରଚାର ପ୍ରସାର ଜାରି ରହିଛି । ନିର୍ବାଚନୀ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦ୍ଧମପୁର ଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀର ଖୁବ୍ ଶୀଘ୍ର ତା’ର ସ୍ଥିତି ଫେରି ପାଇବ । ଖୁବ୍ ଶୀଘ୍ର ଜାମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ । ଏବଂ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । କହିରଖୁଛୁ ଯେ, ଉଦ୍ଧମପୁରରୁ ବିଜେପି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଛିଡା କରିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦୁର୍ବଳ କଂଗ୍ରେସ ସରକାର ଶାହପୁର କାଣ୍ଡି ଡ୍ୟାମକୁ ମାମଲାକୁ ୧୦ ବର୍ଷ ଧରି ବିଚାରାଧୀନ ରଖିଥିଲା । ଏହି କାରଣରୁ ଜାମ୍ମୁ ଗାଁ ଗୁଡ଼ିକ ଶୁଖି ଯାଇଥିଲା। କଂଗ୍ରେସ ଯୁଗରେ ରାବିରୁ ଆସୁଥିବା ଆମ ହକ୍ ର ପାଣି ପାକିସ୍ତାନକୁ ଯାଉଥିଲା। ଯେତେବେଳେ ଲୋକମାନେ ଏହାର ବାସ୍ତବତା ଜାଣିବାକୁ ପାଇଲେ, ସେତେବେଳେ ଜାମ୍ମୁ କାଶ୍ମୀରରେ କଂଗ୍ରେସ ବୁଣିଥିବା ମିଛର ମାୟା ଜାଲ ଚିଡିଯାଇଥିଲା ।

ମୋଦୀ କହିଛନ୍ତି, “ଗତ ୧୦ ବର୍ଷ ମଧ୍ୟରେ ଆମେ ଆତଙ୍କବାଦୀ ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କ ଉପରେ ବଡ ବଡ ଆକ୍ସନ ନେଉଛୁ । କିନ୍ତୁ ବର୍ତ୍ତମାନ ଆସନ୍ତା ୫ ବର୍ଷ ମଧ୍ୟରେ ଆମକୁ ଏହି ରାଜ୍ୟକୁ ବିକାଶର ନୂତନ ଉଚ୍ଚତାକୁ ନେବାକୁ ପଡିବ। ଗତ ୧୦ ବର୍ଷ ମଧ୍ୟରେ ଜାମ୍ମୁ କାଶ୍ମୀର ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି । ସବୁଠାରୁ ବଡ କଥା ହେଉଛି ଜାମ୍ମୁ କାଶ୍ମୀରର ଲୋକଙ୍କ ମତ ମଧ୍ୟ ବଦଳିଛି।”

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ କୌଣସି ସ୍କୁଲ ନଷ୍ଟ ହୋଇନାହିଁ ବରଂ ସେଗୁଡ଼ିକୁ ନୂତନ ଶୈଳୀରେ ନିର୍ମାଣ କରାଯାଉଛି । ସେ ଜମ୍ମୁ କଶ୍ମୀରବାସୀଙ୍କ ଦୀର୍ଘ ଦିନର ଦୁଃଖ ଦୂର କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ସମ୍ବିଧାନର ଧାରା ୩୭୦ ଫେରାଇ ଆଣିବାକୁ କଂଗ୍ରେସ ତଥା ଅନ୍ୟ ବିରୋଧୀ ଦଳଙ୍କୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.