Latest Odisha News

ମଣିଷଙ୍କ ପରି ପିମ୍ପୁଡିମାନେ ମଧ୍ୟ ଜୀବନ ବଂଚାଇବା ପାଇଁ କରନ୍ତି ଅପରେଶନ

ନୂଆଦିଲ୍ଲୀ: ମଣିଷ ରୋଗରେ ପଡିଲେ ବେଳେ ବେଳେ ବଂଚାଇବା ପାଇଁ ଡାକ୍ତରମାନେ ଅପରେଶନ ମଧ୍ୟ କରିଥାନ୍ତି । ଏଥିପାଇଁ ମଣିଷଙ୍କୁ ପାଠ ପଢ଼ିବାକୁ ପଡିଥାଏ ଏବଂ ସିଦ୍ଧହସ୍ତ ହେବା ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ନେଇଥାନ୍ତି । ମଣିଷଙ୍କ ପରି ପିମ୍ପୁଡିମାନେ ମଧ୍ୟ ଅପରେଶନ କରିଥାନ୍ତି । ତେବେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କେତେକ ପିମ୍ପୁଡି ନିଜ ସାଥୀକୁ ସୁସ୍ଥ କରିବା ପାଇଁ ନିଜସ୍ୱ ଶୈଳୀରେ ଅପରେଶନ କରିଥାନ୍ତି । ସେମାନେ ଅବଶ୍ୟ ଏଥିନେଇ କୌଣସି ଡିଗ୍ରୀ ହାସଲ କରି ନାହାନ୍ତି । ଅଭିଜ୍ଞତ ବଳରେ ସେମାନେ ଏହି କାର୍ଯ୍ୟ ସୁଚାରୁରୂପେ ତୁଲାଇଥାନ୍ତି । ପ୍ରଥମେ ଖଣ୍ଡିଆ ହୋଇଥିବା ସ୍ଥାନକୁ ସେମାନେ ପାଟି ମାଧ୍ୟମରେ ସଫା କରିଥାନ୍ତି । ଯଦି ଏଥିରେ ସାଥୀ ପିମ୍ପୁଡି ସୁସ୍ଥ ନ ହେଲେ ଅଙ୍ଗକୁ ଅଲଗା କରି ସୁସ୍ଥ କରିଥାନ୍ତି ।

କରେଂଟ ବାୟୋଲୋଜି ଜର୍ଣ୍ଣାଲରେ ଏହି ତଥ୍ୟ ପ୍ରକାଶ ପାଇବା ପରେ ଅନେକ ଏ ନେଇ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଫ୍ଲୋରିଡାର କାର୍ପେଂଟର ପିମ୍ପୁଡି ଏହି କାର୍ଯ୍ୟରେ ସିଦ୍ଧହସ୍ତ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଚିକିତ୍ସା ପରେ ଅଧିକାଂଶ ପିମ୍ପୁଡି ସୁସ୍ଥ ହୋଇଥାନ୍ତି । ବୈଜ୍ଞାନିକମାନେ ଏହା ଉପରେ ଦିନ ରାତି ଗବେଷଣା କରି ଏହି ତଥ୍ୟ ପ୍ରଦାନ କରିଛନ୍ତି । ଏଥିପାଇଁ ସେମାନେ ମାଇକ୍ରୋ ସିିଟି ସ୍କାନର ବ୍ୟବହାର କରିଥିଲେ ।

ତଥାକଥିତ ଅପରେଶନ ସମୟରେ ପିମ୍ପୁଡିଙ୍କ ଶରୀରରୁ ଏକ ପ୍ରକାର କେମିକାଲ ବାହାରିଥାଏ । ଯାହାକି ସେମାନଙ୍କୁ ସଂକ୍ରମଣ ହେବାରୁ ବଂଚାଇଥାଏ । ଯେଉଁ ସ୍ଥାନରେ ରକ୍ତ ପ୍ରବାହ କମି ଯାଇଥାଏ କିମ୍ବା ବନ୍ଦ ହୋଇ ଯାଇଥାଏ । ସେମାନେ ସେହି ସ୍ଥାନକୁ ପାଟି ମାଧ୍ୟମରେ ଭଲ ଭାବେ ସଫା କରି କାର୍ଯ୍ୟକ୍ଷମ କରାଇଥାନ୍ତି ।

Leave A Reply

Your email address will not be published.