Latest Odisha News

ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ମୁମ୍ବାଇ: ଟୋକିଓ ଅଲିମ୍ପିକ୍ସରେ ଇସ୍ରାଏଲ୍ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବା ପରେ ସୋମବାର ଅନୁ ମଲିକ ଟ୍ୱିଟର ଟ୍ରୋଲ୍‌ ହୋଇଥିବା ଦେଖିବାକୁ ମିଳିଛି। ଇସ୍ରାଏଲ୍ ଜିମ୍ନାଷ୍ଟ ଆର୍ଟେମ୍ ଡଲଗୋପିଆଟ୍ କଳାତ୍ମକ ଜିମ୍ନାଷ୍ଟିକ୍ସରେ ଇସ୍ରାଏଲର ସର୍ବପ୍ରଥମ ଅଲିମ୍ପିକ୍ ପଦକ ଜିତିବା ପରେ ରୀତିନୀତି ଅନୁଯାୟୀ ଦେଶର ପତାକା ଉତ୍ତୋଳନ କରାଯାଇଥିଲା ଏବଂ ସେମାନଙ୍କର ଜାତୀୟ ସଂଗୀତ ବାଜିଥିଲା। ଏହା ସୋସିଆଲ୍‌ ମିଡିଆ ବ୍ୟବହାରକରୀ ଧ୍ୟାନ କେନ୍ଦ୍ରିତ କରିଥିଲା। ତେବେ ଇସ୍ରାଏଲ୍‌ର ଜାତୀୟ ସଙ୍ଗୀତର ଧୂନ୍‌ ଚୋରି କରି ଅନୁ ମଲ୍ଲିକ ଗୀତ ନିର୍ମାଣ ଅଭିଯୋଗ କରିଥିଲେ ୟୁଜର୍ସ।

ସେହି ଗୀତଟି ହେଉଛି ଦିଲ୍‌ଜଲେ ମୁଭିର ମେରା ଦେଶ ମେରା ମୁଲ୍‌କ। ଏହି ଗୀତକୁ ଇସ୍ରାଏଲ୍‌ର ଜାତୀୟ ସଙ୍ଗୀତରୁ କପି କରାଯାଇଛି। ଅନୁ ମଲ୍ଲୀକ ଧୂନ ଚୋରି କରି ଗୀତ ତିଆରି କରିଥିବା ଅଭିଯାଗ ହୋଇଛି।

ଦିଲଜଲେ ମୁଭି ୧୯୯୬ ରେ ମୁକ୍ତିଲାଭ କରିଥିଲା। ଏଥିରେ ଅଜୟ ଦେବଗନ୍, ସୋନାଲି ବେନ୍ଦ୍ରେ ଏବଂ ମଧୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

Leave A Reply

Your email address will not be published.