Latest Odisha News

BREAKING NEWS

ଆଫଗାନିସ୍ତାନ କାନ୍ଧାର ବିମାନବନ୍ଦରରେ ରକେଟ ଆକ୍ରମଣ

କାବୁଲ: ଆଫଗାନିସ୍ତାନର କାନ୍ଧାର ବିମାନବନ୍ଦରରେ ଆଜି ୨ଟି ରକେଟ ଆକ୍ରମଣ ହୋଇଛି । ରନେୱେ ଏହି ୨ଟି ରକେଟ ପଡିବା ପରେ ବିସ୍ଫୋରଣ ହୋଇଥିଲା । ତେବେ ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି । ଏହି ଆକ୍ରମଣ ପଛରେ ତାଲିବାନ ହାତ ଥିବା ସନ୍ଦେହ କରାଯାଉଛି । ଏବେ ଆଫଗାନ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଜୋରଦାର ସଂଘର୍ଷ ଜାରୀ ରହିଛି ।

ଆଫଗାନ ସେନା ଯେପରି ଅସ୍ତ୍ରଶସ୍ତ୍ର ନ ପାଇ ପାରିବ ସେଥିପାଇଁ ତାଲିବାନ ବିମାନ ବନ୍ଦରକୁ ଟାର୍ଗେଟ କରିଥିବା ଅନୁମାନ କରାଯାଉଛି । ଆମେରିକା ଇତି ମଧ୍ୟରେ ସହଯୋଗ କରିବା ଯୋଗୁ ଆଫଗାନିସ୍ତାନ ତାଲିବାନ କବଳରୁ କେତେକ ଗ୍ରାମ ଖାଲି କରାଇବାରେ ସଫଳ ହୋଇଛି ।

Leave A Reply

Your email address will not be published.