Latest Odisha News

BREAKING NEWS

ଆଜି ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ !

ଭୁବନେଶ୍ବର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତକ ଚର୍ଚ୍ଚା ସେତିକି ଜୋରଦାର ଚାଲିଛି। ବର୍ତ୍ତମାନ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଚାଲିଛି। ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଏବେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।

ଆଜି ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇପାରନ୍ତି । ଦିଲ୍ଲୀରେ ପହଞ୍ଚି ଅନୁଭବ ବିଧିବଦ୍ଧ ଭାବରେ ପଦ୍ମ ଧରିବେ ବୋଲି ରାଜନୀତି ଦୁନିଆରେ ଆଲୋଚନା ଚାଲିଛି। ତେବେ ଏନେଇ ସାଂସଦ ତଥା ଅଭିନେତା କିମ୍ବା ବିଜେପି ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ । ଦୁଇ ଦିନ ତଳେ ଅନୁଭବ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । କିନ୍ତୁ ଆଜି ଅନୁଭବ ବିଜେପିରେ ମିଶୁଥିବା ନେଇ ସୂଚନା ମିଳିଛି ।

୨୦୧୪ ରେ ଅନୁଭବ ବିଜୁ ଜନତା ଦଳରୁ ରାଜ୍ୟସଭା ପାଇଁ ମନୋନୀତ ହୋଇଥିଲେ । ଏହାପରେ ୨୦୧୯ରେ ବିଜେଡି ଟିକେଟରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ସେତବେଳର କେନ୍ଦ୍ରାପଡା ସାସଂଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ସମୟକ୍ରମେ ପାରିବାରିକ ବିବାଦ କାରଣରୁ ଦଳର କାର୍ଯ୍ୟରୁ ଅନେକ ସମୟରେ ସେ ଦୂରେଇ ରହିଥିଲେ । ଏହା ପରେ ଦଳ ଭିତରେ ନିଜ ସ୍ଥିତି କୁ ନେଇ ଅସନ୍ତୁଷ୍ଟ ହୋଇପଡିଥିଲେ ଅନୁଭବ । ତେବେ ଅନୁଭବଙ୍କ ବିଜେଡିରୁ ଇସ୍ତଫା ଦେବାପରେ ସେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Comments are closed.