Latest Odisha News

BREAKING NEWS

ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଅତଙ୍କବାଦୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ । ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ମାରିଥିବା ଦୁଇ ଆତଙ୍କୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରିଛି ପୋଲିସ । ସେମାନଙ୍କ ସହ ମୋଟ୍ ୪ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି ।

ଟିଭି ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଦୁଇ ଆତଙ୍କବାଦୀ ହେଲେ ବଡଗାମର ସାହିଦ ମୁସ୍ତାକ ଓ ପୁଲୱାମାର ଫରହାନ୍ ହବିବ । ଏମାନେ ନୂଆ କରି ଆତଙ୍କବାଦୀ ସଂଗଠନରେ ଭର୍ତ୍ତି ହୋଇଥିଲେ । ସେମାନେ ଲସ୍କର କମାଣ୍ଡର ଲତିପଙ୍କ ନିର୍ଦ୍ଦେଶରେ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ସେହିପରି ଶ୍ରୀନଗର ସୌରାରେ ଆଉ ଏକ କାଉଣ୍ଟର ହୋଇଥିଲା । ଯେଉଁଥିରେ ଆଉ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ୩ ଦିନ ଭିତରେ କଶ୍ମୀରରେ ୧୦ ଜଣ ଆତଙ୍କବାଦୀ ନିହତ ହେଲେଣି । ସେମାନଙ୍କ ଭିତରେ ୩ ଜଣ ଜୈସ-ଏ-ମହମ୍ମଦ ଓ ୭ ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ଅଛନ୍ତି ।

Leave A Reply

Your email address will not be published.