Latest Odisha News

BREAKING NEWS

ସାଂସଦ ଅନୁଭବ ମହାନ୍ତି କହିଲେ କାହିଁକି ସେ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେଲେ

ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କାହିଁକି ଛାଡ଼ପତ୍ର ଦେବାକୁ ଆବେଦନ କଲେ ସେ ନେଇ ଶନିବାର ଦ୍ୱିତୀୟ ଭିଡିଓ ଜାରି କରି ସାଂସଦ ଅନୁଭବ ମହାନ୍ତି କହିଛନ୍ତି।

ଅନୁଭବ ଭିଡିଓ ଜାରି କହିଛନ୍ତି ଯେ ବର୍ଷାଙ୍କୁ ସେ ପ୍ରେମ କରୁଥିଲେ। 2014 ଫେବୃଆରୀ 8 ତାରିଖରେ ବିବାହ ପୂର୍ବରୁ ଉଭୟ 6 ବର୍ଷ ସଂପର୍କରେ ଥିଲେ। ହେଲେ ବିବାହ ପରେ ବର୍ଷା ତାଙ୍କୁ ଭଲ ପାଉ ନାହାନ୍ତି ବୋଲି ହୃଦୟଙ୍ଗମ କରିଥିଲେ ବୋଲି ଅନୁଭବ କହିଛନ୍ତି। ତେବେ ବିବାହ ପୂର୍ବରୁ ଉଭୟଙ୍କ ସହମତିରେ ବିବାହ ହୋଇଛି ବୋଲି ଅନୁଭବ କହିଛନ୍ତି।

ତେବେ ବିବାହ କରିବାର 6 ବର୍ଷ ପରେ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ବୋଲି ଅନୁଭବ ସ୍ପଷ୍ଟ କରିଛନ୍ତି ।  ତେବେ ଆବେଦନ ପୂର୍ବରୁ ପତ୍ନୀଙ୍କ ସହିତ ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲ ହେଲେ ସମସ୍ୟାର ସମାଧାନ ନହେବାରୁ ସେ ତାଙ୍କ ଆଡୁ ଛାଡପତ୍ର ଦେବାକୁ ପ୍ରଥମେ ଆବେଦନ କରିଥିଲେ ବୋଲି ଅନୁଭବ କହିଛନ୍ତି ।

ବର୍ଷା କହିଛନ୍ତି, ଯେ ସେ ତାଙ୍କୁ ଅଣଦେଖା, ଅବହେଳା କରିଛନ୍ତି। ତେଣୁ ଉଭୟଙ୍କ ସୁଖ ଓ ଦାମ୍ପତ୍ୟ ଜୀବନ ନଷ୍ଟ ହୋଇଛି ବୋଲି ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି। ତେବେ ବର୍ଷାଙ୍କ ଅଭିଯୋଗର ଆଧାର ନାହିଁ ବୋଲି ଅନୁଭବ କହିଛନ୍ତି ।

2020 ରେ ଦିଲ୍ଲୀରେ ପ୍ରଥମେ ଛାଡ଼ପତ୍ର ଆବେଦନ କରିଥିଲେ, ସେ ଚାହୁଁ ନଥିଲି ଯେ ଏସବୁ କଥା ସାର୍ବଜନୀନ ହେଉ । ଅନୁଭବ କହିଛନ୍ତି, ସେ ଚାହୁଁଥିଲେ ଯେ ଯଦି ଉଭୟଙ୍କ ମଧ୍ୟରେ କିଛି ସମାଧାନ ନହୁଏ, ତେବେ ପରସ୍ପର ଆପୋସ ବୁଝାମଣା ମାଧ୍ୟମରେ ନିଜ ନିଜ ରାସ୍ତା ଦେଖିବେ।

ହେଲେ ବର୍ଷା ଏହି ଛାଡ଼ପତ୍ର ମାମଲାକୁ ଦିଲ୍ଲୀରୁ ସ୍ଥାନାନ୍ତର କରିବାକୁ ଚାହିଁଲେ । ଅନୁଭବଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ସମସ୍ତେ ଗଣମାଧ୍ୟମର ନଜରରୁ ଏହି ମାମଲାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ କରିବାକୁ ଚାହୁଁଥିଲୁ। କିନ୍ତୁ ସେ ଏହି ମାମଲାକୁ ଗଣମାଧ୍ୟମରେ ପ୍ରକାଶ କରିବାକୁ ଚାହୁଁଥିଲେ ଏବଂ ଲୋକଙ୍କ ସହାନୁଭୂତି ହାସଲ କରିବାକୁ ଚାହୁଁଥିଲେ ବୋଲି ଅନୁଭବ କହିଛନ୍ତି।

ବିବାହ ବିଚ୍ଛେଦର ମୁଖ୍ୟ କାରଣ ସଂପର୍କରେ ଅନୁଭବ କହିଛନ୍ତି, ପତ୍ନୀଙ୍କ ଠାରୁ ଅଲଗା ହେବା ପାଇଁ ପିଟିସନରେ କେବଳ ଗୋଟିଏ କାରଣ ଦର୍ଶାଇଥିଲି। ଏ ପର୍ଯ୍ୟନ୍ତ ବର୍ଷା ମୋତେ ଜଣେ ସ୍ୱାମୀର ବୈବାହିକ ଅଧିକାରକୁ ଅନୁମତି ଦେଇନାହାନ୍ତି। ସେ ଛଅ ବର୍ଷ ଧରି ନିଜକୁ ଏକୁଟିଆ ରଖନ୍ତି। ତେଣୁ ଏହାକୁ ବରଦାସ୍ତ କରିନପାରି ସେ ଛାଡପତ୍ର ପାଇଁ ପ୍ରମୁଖ କାରଣ ଦର୍ଶାଇ ଆବେଦନ କରିଥିଲେ ବୋଲି କହିଛନ୍ତି।

Leave A Reply

Your email address will not be published.