Latest Odisha News

BREAKING NEWS

ଅତୀତକୁ ଭୁଲି ନୂଆ ଆରମ୍ଭ ନେଇ ଟ୍ୱିଟରରେ ବୁଦ୍ଧଙ୍କ ବାଣୀ ଲେଖିଲେ ଅନୁଭବ

ଭୁବନେଶ୍ୱର : ‘‘ବିଗତ ଦିନ ଯେତେ କଷ୍ଟକର ହେଉ, ଆପଣ ସବୁବେଳେ ଏକ ନୂଆ ଆରମ୍ଭ କରିପାରିବେ’’ ବୁଦ୍ଧଙ୍କ ଏହି ବାଣୀକୁ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ତାଙ୍କ ଫଲୋୟର ଅନେକ ମତ ଦେଇଛନ୍ତି ।

ଅନୁଭବଙ୍କ ଟ୍ୱିଟ୍‌ର ଉତ୍ତରରେ ଉଭୟ ସମାଲୋଚନା ଓ ସମର୍ଥନ ଦେଖିବାକୁ ମିଳିଛି । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଆଶା କରୁଛୁ ଆପଣଙ୍କ ଜୀବନରେ ବିବାଦ ରହିବ ନାହିଁ ଆସନ୍ତାକାଲି ଆପଣ ସୁପଥରେ ଯିବେ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଆସୁଛନ୍ତି ମା ଦୁର୍ଗା ରୂପରେ, ତାଡକା ଅସୁରକୁ ବଦ୍ଧ କରିବେ ହୁସିଆର ଅନୁଭବ ।

ଗତକିଛି ଦିନ ହେଲା ସାଂସଦ ତଥା ଅଭିନେତା ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ମାମଲା ଏବେ କୋର୍ଟରେ ବିଚାରଧୀନ । ତେବେ ବିଭିନ୍ନ ସମୟରେ ଅନୁଭବ ଓ ବର୍ଷା ସୋସିଆଲ ମିଡିଆକୁ ମାଧ୍ୟମ କରି ଦୁହେଁ ଦୁହିଁଙ୍କୁ ଦୋଷାରୋପ କରୁଆସୁଛନ୍ତି ।

Leave A Reply

Your email address will not be published.