Latest Odisha News

BREAKING NEWS

କଟକ ଏସଡିଜେଏମ କୋର୍ଟରେ ମାମଲା ରୁଜୁ କଲେ ବର୍ଷା : ସମ୍ମାନହାନୀ କରୁଛି ସୋସିଆଲ ମିଡିଆରେ ଅନୁଭବଙ୍କ ପୋଷ୍ଟ

କଟକ: ଅନୁଭବ ମହାନ୍ତିଙ୍କ ବିରୋଧରେ କଂପ୍ଲେନ୍ କେସ୍ ରୁଜୁ କଲେ ବର୍ଷା ପ୍ରିୟଦର୍ଶିନୀ । କଟକ ସଦର ଏଡିଜେଏମ୍ କୋର୍ଟରେ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି ବର୍ଷା । ଅନୁଭବଙ୍କ ବିରୋଧରେ ଆଇପିସିର ଦଫା ୫୦୬, ୫୦୯, ୫୦୧ ଓ ଆଇଟି ଆକ୍ଟର ଧାରା ୬୭ରେ ଅଭିଯୋଗ ନେଇ କଂପ୍ଲେନ୍ କେସ୍ ରୁଜୁ କରିଛନ୍ତି । ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସୋସିଆଲ ମିଡିଆରେ ଅନୁଭବଙ୍କ ବିଭିନ୍ନ ପୋଷ୍ଟ ତାଙ୍କ ସମ୍ମାନହାନୀ କରିଛି ।

ଏହା ଅଶାଳୀନ ତଥା ଅପମାନଜନକ । ଜଣେ ନାରୀ ଭାବେ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବା ତାଙ୍କର ଅଧିକାର ହୋଇଥିବା ବେଳେ ବ୍ୟକ୍ତିଗତ ଜୀବନ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ନାନା କଥା ସୋସିଆଲ ମିଡିଆରେ କୁହାଯାଉଛି । ଏପରି କାର୍ଯ୍ୟ ଆଇପିସି ଓ ଆଇଟି ଆକ୍ଟ ଅନୁସାରେ ଦଣ୍ଡନୀୟ ବୋଲି ବର୍ଷା ଦର୍ଶାଇଛନ୍ତି । ଏଥି ସହିତ ଧମକପୂର୍ଣ୍ଣ ପୋଷ୍ଟ ପ୍ରସଙ୍ଗରେ ମଧ୍ୟ ବର୍ଷା କଂପ୍ଲେନ୍ କେସରେ ଲେଖିଛନ୍ତି ।

Leave A Reply

Your email address will not be published.