Latest Odisha News

BREAKING NEWS

ଆଜି ଅନୁପମଙ୍କ ଜନ୍ମଦିନ, ୬୭ ବୟସରେ ଶରୀର ଦେଖି ପ୍ରଶଂସକ ଚକିତ

ମୁମ୍ବାଇ: ବଲିଉଡର ମହାନ କଳାକାର ଶ୍ରେଣୀରେ ସାମିଲ ଅନୁପମ ଖେରଙ୍କ ଆଜି(ମାର୍ଚ୍ଚ ୭) ଜନ୍ମ ଦିନ । ୬୭ ବର୍ଷରେ ଅନୁପମଙ୍କ ନୂତନ ଟ୍ରାନ୍ସଫରମେସନ ଦେଖି ପ୍ରଶଂସକମାନେ ଚକିତ ହୋଇ ଉଠିଛନ୍ତି । ସେ ତାଙ୍କର ଏହି ଫିଟ ବଡି ସୋସିଆଲ ସାଇଟରେ ଶେୟାର କରିବା ସହ ନିଜକୁ ନିଜେ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଶେଷରେ ଲେଖିଛନ୍ତି ଏହା ୨୦୨୨, କୁଛ ବି ହୋ ସକତା ହେ ।

ତାଙ୍କ ନୂତନ ଫଟୋ ଦେଖିଲା ପରେ ସେ ଏଥିପାଇଁ କେତେ ପରିଶ୍ରମ କରିଛନ୍ତି ତାହା ଜଣାପଡୁଛି । ୫୦୦ରୁ ଊର୍ଦ୍ଧ୍ୱ ଫିଲ୍ମ କରି ଅନୁପମ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ବିଭିନ୍ନ ମହଲରୁ ତାଙ୍କ ପ୍ରତି ଜନ୍ମ ଦିନର ଶୁଭେଚ୍ଛା ଛୁଟିବାରେ ଲାଗିଛି ।

Comments are closed, but trackbacks and pingbacks are open.