Latest Odisha News

BREAKING NEWS

୧୪ ବର୍ଷ ପରେ ରେକର୍ଡ ସ୍ତରରେ ଅଶୋଧିକ ତୈଳ ଦର, ବ୍ୟାରେଲ୍ ପିଛା ଦାମ୍ କେତେ ଜାଣନ୍ତୁ

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଭିତରେ ଅଶୋଧିତ ତୈଳ ବଜାରରେ ନିଆଁ । ତୈଳ ବଜାରରେ ଦେଖିବାକୁ ମିଳିଛି ଯୁଦ୍ଧର ପ୍ରଭାବ । ଅଶୋଧିତ ତୈଳ ଦାମ କ୍ରମାଗତ ଭାବରେ ବଢ଼ି ଚାଲିଛି । ୨୦୦୮ ପରେ ଆଜି ରେକର୍ଡ ସ୍ତର ଛୁଇଁଛି । ବିଶ୍ୱ ଆଜି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୦ ଡଲାର୍ ପାର କରିଛି । ଦୁଇ ଦିନ ଭିତରେ ଦାମ୍ ବଢ଼ିଛି ୧୦ ପ୍ରତିଶତ ।

୨୦୦୮ରେ ଅନ୍ତର୍ଜାତୀୟ ବଜାରରେ ଆର୍ଥିକ ସଂକଟ ଯୋଗୁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୪୭ ଡଲାର୍ ପାର କରିଥିଲା । ଏବେ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାର ପ୍ରଭାବିତ ହୋଇଛି । ୟୁରୋପୀୟ ରାଷ୍ଟ୍ର ଓ ଆମେରିକା ରୁଷରୁ ଆମଦାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ଫଳରେ ବିଶ୍ୱ ବଜାରରେ ତୈଳ ଦର ହୁ ହୁ ହୋଇ ବଢୁଛି ।

Comments are closed, but trackbacks and pingbacks are open.