Latest Odisha News

BREAKING NEWS

ଦିନକ ଆଗରୁ ସରିଗଲା ସଂସଦର ବଜେଟ ଅଧିବେଶନ, ୧୨୯ ପ୍ରତିଶତ ଫଳପ୍ରଦ

ରାଜ୍ୟସଭାରେ ମତ ରଖିପାରିଲେନି ଅଧ୍ୟକ୍ଷ ଭେଙ୍କେୟା ନାଇଡୁ, ବିରୋଧୀ କଲେ ହୋ ହଲ୍ଲା

ନୂଆଦିଲ୍ଲୀ: ଆଜି ସରିଲା ସଂସଦର ବଜେଟ ଅଧିବେଶନ । ଧାର୍ଯ୍ୟ ସମୟର ଦିନକ ଆଗରୁ ସରିଯାଇଛି ବଜେଟ ଅଧିବେଶନ । ୨୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ୧୭୭ ଘଣ୍ଟା ୫୦ ମିନିଟ ଚାଲିଲା । ଲୋକସଭାରେ ଶେଷ ଦିନ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ତା ସହିତ ଏହି ଅଧିବେଶନ ୧୨୯ ପ୍ରତିଶତ ଫଳପ୍ରଦ ଥିଲା ।

ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଆସନ୍ତା କାଲି ସରିବାକୁ ଥିଲା । କିନ୍ତୁ ଦିନକ ଆଗରୁ ଆଜି ସରିଯାଇଛି । ଲୋକସଭାର ଚଳିତ କାର୍ଯ୍ୟକ୍ରମ ୧୨୯ ପ୍ରତିଶତ ଫଳପ୍ରଦ ହୋଇଥିବା ସୂଚନା ଦେଇ ଓମ ବିର୍ଲା ଉପସଂହାର କରିଥିଲେ । ତା ସହ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଛି ।

ସେପଟେ ଉଚ୍ଚ ସଦନ ରାଜ୍ୟସଭା ମଧ୍ୟ ଆଜି ଶେଷ ହୋଇଛି । ହେଲେ ଏଠି ରାଜ୍ୟସଭା ଅଧ୍ୟକ୍ଷ ଉପସଂହାର ମନ୍ତବ୍ୟ ରଖି ପାରିନାହାନ୍ତି । ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ମୁଲତବୀ ସୂଚନା ଦେବା ପରେ ଗୃହରେ ହଟ୍ଟଗୋଳ ହୋଇଥିଲା । ଶିବସେନା ସାଂସଦମାନେ ଆଇଏନଏସ ବିକ୍ରାନ୍ତ ବିବାଦ ଆଲୋଚନା କରିବାକୁ ଦାବି କରି ହୋ ହଲ୍ଲା କରିଥିଲେ । ପରେ ପରେ କଂଗ୍ରେସ, ଟିଏମସି ଓ ବାମ ଦଳ ସାଂସଦମାନେ ଗୃହ ମଧ୍ୟକୁ ଆସି ହୋ ହଲ୍ଲା କରିଥିଲେ ।

ଅଧ୍ୟକ୍ଷ ଉପସଂହାର ମନ୍ତବ୍ୟ ରଖିବାକୁ ଯାଉଥିଲେ । ସେହି ସମୟରେ ହଟ୍ଟଗୋଳ ହେବାରୁ ସେ ସଦସ୍ୟମାନଙ୍କୁ ନିଜ ନିଜ ସିଟରେ ବସିବାକୁ କହିଥିଲେ । ସଦସ୍ୟମାନେ ଅବମାନନା କରିବାରୁ ସେ ଏହାକୁ ଗୃହର ନୀତି ବିରୋଧୀ କହି ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

Leave A Reply

Your email address will not be published.