ମୁମ୍ବାଇ: ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବୟାନ ସର୍ବଦା ଚର୍ଚ୍ଚାର କାରଣ ସାଜିଥାଏ । ଏବେ ତାଙ୍କର ନିଶାଂଚୀ ଫିଲ୍ମ ରିଲିଜ ହେବାକୁ ଯାଉଛି । ଏଥିରେ ବାଲା ସାହାବେ ଠାକରେଙ୍କ ନାତି ଐଶ୍ଚର୍ଯ୍ୟ ଠାକରେଙ୍କୁ ଅନୁରାଗ ସୁଯୋଗ ଦେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବାୟୋପିକ ଆପଣ କରିବେ ବୋଲି ପଚରା ଯାଇଥିଲା । ଅନୁରାଗ କହିଥିଲେ ମୁଁ ସେହି ବ୍ୟକ୍ତିର ବାୟୋପିକ କରିବି ଯିଏ ଦେଶ ପାଇଁ ବଡ କାମ କରିଥିବେ କିମ୍ବା ଅଜଣା, ଅଶୂଣା ହୋଇ ରହି ଯାଇଥିବେ । ମୋତେ ଲାଗୁନି ମୁଁ କୋହଲିଙ୍କ ବାୟୋପିକ କରିବି । ଅନେକ ପ୍ରଶଂସକ ତାଙ୍କର ଅଛନ୍ତି । କୋହଲିଙ୍କୁ ଯୁବ କ୍ରିକେଟର ଛୋଟ ପିଲାମାନେ ଆଦର୍ଶ ମନେ କରନ୍ତି ।
ମୁଁ କିନ୍ତୁ ଏ ଭଳି ଏକ କାହାଣୀ ନେବାକୁ ଚାହିଁବେ ଯାହା କିଏ ଭଲ ଭାବେ ଶୁଣି ନ ଥିବେ । ବ୍ୟକ୍ତିଗତ ଭାବେ ମୁଁ କୋହଲିଙ୍କୁ ପସନ୍ଦ କରେ । ସେ ଜଣେ ଅବିଶ୍ୱସନୀୟ କ୍ରିକେଟର ବୋଲି ଅନୁରାଗ କହିଥିଲେ । ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ବାୟୋପିକ ପ୍ରସ୍ତୁତ ହୋଇ ସାରିଛି । ଯାହାକି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏବେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକର ଶୁଟିଂ ଚାଲୁଛି । ରାଜକୁମାର ରାଓ ଏହି ମହାନ ଖେଳାଳିଙ୍କ ଚରିତ୍ର କରୁଛନ୍ତି । ୧୯୮୩ ବିଶ୍ୱକପ ବିଜୟ ଉପରେ ନିର୍ମିତ ଫିଲ୍ମ ୮୩ରେ ରଣବୀର କାପୁର ମହାନ ଅଲରାଉଣ୍ଡର କପିଳ ଦେବଙ୍କ ଭୂମିକା କରିଥିଲେ ।
Comments are closed.