Latest Odisha News

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ଅନୁଷ୍କା ଶର୍ମା; କହିଲେ ପୁଅଙ୍କୁ ଶିଖାନ୍ତୁ ନାରୀଙ୍କ ସମ୍ମାନ କରିବା

ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଚାରିଆଡେ ଉତ୍ତେଜନା ଦେଖାଦେଉଛି । ଏପରିକି ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହା ବିରୋଧରେ ସ୍ୱର ଉଠାଇଛନ୍ତି ।

ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଇନଷ୍ଟାଗ୍ରାମରେ ଅନୁଷ୍କା ଲେଖିଛନ୍ତି ଯେ ଆମ ସମାଜରେ ଗୋଟିଏ ପୁଅ ଜନ୍ମ ହେଲେ ତାକୁ ଅଗ୍ରାଧିକାର ମିଳିଥାଏ। ଯେଉଁଠି ଝିଅଙ୍କୁ ସେତେଟା ମିଳିନଥାଆଏ। ହେଲେ ପୁଅମାନଙ୍କୁ ମହିଳାଙ୍କ ସମ୍ମାନ କରିବା ଶାଖାଇବା ସବୁ ପରିବାରର ଦାୟିତ୍ୱ ହେବା ଆବଶ୍ୟକ।

ଆହୁରି ମଧ୍ୟ ଅନୁଷ୍କା ଲେଖିଛନ୍ତି ଯେ ପୁଅଟିଏ ଥିଲେ ବଡ଼ ସମ୍ମାନ ବୋଲି ଭାବୁଥିବା ଲୋକ ଏହାକୁ ଭୁଲ ଅର୍ଥରେ ନେଉଛନ୍ତି, ମହିଳାଙ୍କୁ ସମ୍ମାନ ଓ ସୁରକ୍ଷା ଦେବା ସମସ୍ତ ପୁତ୍ର ସନ୍ତାନର ଅଭିଭାବକମାନଙ୍କୁ ଶିଖାଇବାକୁ ପଡ଼ିବ।

ଏକ ଶିଶୁର ଲିଙ୍ଗ ବା‌ପା ମା’ଙ୍କ ପାଇଁ ସମ୍ମାନ ବା ସୁବିଧା ନୁହେଁ, ସମାଜ ପ୍ରତି ଏହା ଏକ ଦାୟିତ୍ବବୋଧ‌ ହେବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି।

Comments are closed.