Latest Odisha News

BREAKING NEWS

ଆସିଲା ଅନୁଷ୍କା ଶର୍ମାଙ୍କ ‘ବୁଲ୍‌ବୁଲ୍‌’ର ଫାଷ୍ଟ ଲୁକ

ମୁମ୍ବାଇ: ସାମ୍ନାକୁ ଆସିଲା ଅପ୍‌କମିଂ ମୁଭି ‘ବୁଲବୁଲ୍‌’ର ଫାଷ୍ଟ ଲୁକ୍ । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନେଟ୍‌ଫ୍ଲିକ୍ସରେ ଏହାକୁ ରିଲିଜ କରିଛନ୍ତି । ଏଥିସହ ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏହାର ଟିଜର ପୋଷ୍ଟରକୁ ସେୟାର କରିଛନ୍ତି ।

ଏଥିସହ ଅନୁଷ୍କା ଏହି ଫିଲ୍ମକୁ ନେଇ ଏକ ମେସେଜ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ଏହି ଫିଲ୍ମଟି ସେଲ୍ଫ ଡିସକଭରୀ ଏବଂ ନ୍ୟାୟ ଉପରେ ଆଧାରିତ ।

‘ବୁଲବୁଲ’ ଫିଲ୍ମ ଜାରିଆରେ ବହୁ ଦିନ ପରେ ଅନୁଷ୍କା ଶର୍ମା କମ୍‌ବ୍ୟାକ୍ କରୁଛନ୍ତି । ଫିଲ୍ମଟି ଜୁନ୍ ୨୪ରେ ନେଟ୍‌ଫ୍ଲିକ୍ସରେ ରିଲିଜ ହେବ । ଅନୁଷ୍କା ଶର୍ମାଙ୍କ ବ୍ୟାନରରେ ପୂର୍ବରୁ ୱେବ୍‌ସିରିଜ ‘ପାତାଲଲୋକ’ କିଛି ଦିନ ପୂର୍ବେ ଆମାଜନ ପ୍ରାଇଭ ଭିଡିଓରେ ରିଲିଜ ହୋଇଥିଲା । ଯାହା ଜବରଦସ୍ତ ହିଟ୍ ହୋଇଛି ।

Leave A Reply

Your email address will not be published.