Latest Odisha News

BREAKING NEWS

ବାତିଲ୍ ହେଲା ଡ୍ରାଇଭିଂ ଲାଇସେନ୍ସ, ଏଲ୍‌ଏଲ୍ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସ୍ଲଟ୍ ବୁକିଂ ଟେଷ୍ଟ୍ ବାତିଲ୍ କରିଛନ୍ତି ।

BjdElectrycity

ଏକ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ମାର୍ଚ୍ଚ ୨୫ ତାରିଖରେ କରୋନା ମହାମାରୀ ଯୋଗୁଁ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ଓ ଲର୍ଣ୍ଣର୍ସ ଲାଇସେନ୍ସ (ଏଲ୍‌ଏଲ୍‌) ସେବା ବାତିଲ୍ ହୋଇଛି ।

ଅଧିକ ପଢନ୍ତୁ: ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ, ରାଜଧାନୀର ଅନେକ ଦୋକାନ, ଶୋ’ରୁମ୍ ସିଲ୍‌

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଜିଠାରୁ ସ୍ଲଟ୍ ବୁକିଂ ଆରମ୍ଭ ହେବ ବୋଲିଂ କୁହାଯାଇଥିଲା । ୨୯ ତାରିଖରୁ ଲର୍ଣ୍ଣିଂ ଲାଇସେନ୍ସ ପରୀକ୍ଷା ହେବାକୁ ଥିବା ବେଳେ ଲର୍ଣ୍ଣିଂ ଲାଇସେନ୍ସ ସ୍ଲଟ ବୁକିଂ ପାଇଁ ୨୨ ତାରିଖ ଠାରୁ ଆରମ୍ଭ ହେବ ବୋଲି କୁହାଯାଇଥିଲା । ଡିଏଲ୍ ଟେଷ୍ଟ ୧୮ରୁ ଓ ଏଲ୍‌ଏଲ୍ ଟେଷ୍ଟ ୨୯ରୁ ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।

ଅଧିକ ପଢନ୍ତୁ: ଲାଗିଲା ଫାଷ୍ଟଫୁଡ୍ ଉପରେ କଟକଣା, ରାଜରାସ୍ତାରେ ଠିଆ ହୋଇ ଖାଇବା ମନା

ସେହିପରି ଭାବେ ଡିଏଲ ଓ ଏଲଏଲ ପାଇଁ ଆରଟିଓ ଅଫିସ ଆସିବାକୁ ଡିପାର୍ଟମେଣ୍ଟ ପକ୍ଷରୁ ମନା ହୋଇଛି । କରୋନା ସଙ୍କଟ ଚାଲିଥିବାରୁ ରାଜ୍ୟସରକାର ଏଭଳି ପଦକ୍ଷେପ ନେଇଥିବା ଆଶଙ୍କା କରାଯାଉଛି ।

Leave A Reply

Your email address will not be published.