Latest Odisha News

ଆଲିଆଙ୍କୁ ଆଲିଙ୍ଗନ କର, ମୋତେ କାନଫୁଲ ଦିଅ : ଏମିତି କହିଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ନିକଟରେ ଫିଲ୍ମର ଗୀତଗୁଡ଼ିକ ରିଲିଜ ହୋଇଯାଇଛି । ଏହି ଗୀତଗୁଡ଼ିକ ଲୋକଙ୍କ ମନକୁ ଛୁଇଁଥିବା ବେଳେ ଏହି ଯୋଡ଼ିକୁ ପରଦାରେ ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି । ମଙ୍ଗଳବାର ଦିଲ୍ଲୀରେ ଏହି ଫିଲ୍ମର ଏକ ଗୀତ ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ ରଣବୀର ଓ ଆଲିଆ ଯୋଗ ଦେଇଥିଲେ । ଏହି ସମୟରେ ଏକ ମଜାଦାର ଘଟଣା ଘଟିଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଏହି କାର୍ଯ୍ୟକ୍ରମରେ ରଣବୀର ଓ ଆଲିଆ ମଞ୍ଚରେ ବସିଛନ୍ତି । ଏହି ସମୟରେ ଜଣେ ପ୍ରଶଂସକ ଆଲିଆଙ୍କ ପାଇଁ ଏକ ଝୁମ୍‌କା କାନଫୁଲ ଧରି ଷ୍ଟେଜ୍ ଉପରକୁ ଯାଉଛନ୍ତି । ତାହାକୁ ଦେଖି ଖୁସି ହୋଇ ରଣବୀର କହୁଛନ୍ତି, ‘ୱ?ଓ, ଏହା ମୋ ପାଇଁ?’ ପ୍ରଶଂସକ ଜଣକ କହୁଛନ୍ତି, ‘ଆପଣଙ୍କ ପାଇଁ ଏକ ଟାଇଟ୍ ହଗ୍ । ଏହା ମୁଁ ଆଲିଆ ମ୍ୟାଡାମଙ୍କ ପାଇଁ ଆଣିଛି ।’ ପରେ ରଣବୀର କହୁଛନ୍ତି, ‘ତୁମେ ଆଲିଆଙ୍କୁ ଟାଇଟ୍ ହଗ୍ କର । ଏହା ମୁଁ ନେଇଯାଉଛି । ତୁମ ଭାଉଜ ଖୁସି ହେବେ । ଏହା ଶୁଣିବା ଆଲିଆଙ୍କ ସମେତ ସେଠାରେ ଉପସ୍ଥିତ ଅନ୍ୟମାନେ ହସିବାକୁ ଲାଗିଥିଲେ । ରଣବୀର ଏବଂ ଆଲିଆଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛି ।

ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ଜୁଲାଇ ୨୮ ତାରିଖରେ ରିଲିଜ ହେବ । କରଣ ଜୋହର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଜୟା ବଚ୍ଚନ, ଧର୍ମେନ୍ଦ୍ର ଏବଂ ଶବାନା ଆଜମୀ ପ୍ରମୁଖ ଅଭିନୟ କରିଛନ୍ତି ।

Comments are closed.