Latest Odisha News

ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ୱାରା ଉନ୍ମୋଚିତ ହେଲା ଚିତରଂଜନ ଦାସଙ୍କ ଅନ୍ୟ ଏକ ସକାଳ

ପୁରୀ: ଶ୍ରୀ ଆଖଣ୍ଡଳମଣି ପୀଠ ପରିସରରେ ପ୍ରଫେସର ଚିତରଂଜନ ଦାସଙ୍କ ଶତବାର୍ଷିକୀ ବକ୍ତୃତାମାଳାର ସଂଦର୍ଭ ସଙ୍କଳନ ଅନ୍ୟ ଏକ ସକାଳକୁ ବିଶିଷ୍ଟ ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ପ୍ରଜ୍ଞା ଚକ୍ର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିନେଇ ଆୟୋଜିତ ଆଲୋଚନା ଚକ୍ରରେ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ସମାଜସେବୀ ଉମାବଲ୍ଲଭ ମହାପାତ୍ର, ଗବେଷକ ସଞ୍ଜୟ ବରାଳ, ବୋଦ୍ଧିଚକ୍ରର ସଭାପତି ଗିରିଜା ଶଙ୍କର ପାଢ଼ୀ, କବି ଶୈଳବାଳା ମହାପାତ୍ର, ଆଲୋକ କୁମାର ପ୍ରଧାନ, ସୁବାସିନୀ ଶତପଥୀ, ଅମୀୟ ପାଣ୍ଡବ, ବିଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର ସଭାପତି ମାନସ ରଞ୍ଜନ ମହାପାତ୍ର ଏହାର ସଭାପତିତ୍ୱ କରିଥିଲେ ।

ଏହି ଅବସରରେ ଚିତରଂଜନ ଦାସଙ୍କ ଜୀବନ ଓ ସାହିତ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ସେହିପରି ଅଶୋକ କୁମାର ପାଣ୍ଡେ ତାଙ୍କର ବହୁ ଚର୍ଚ୍ଚିତ ପୁସ୍ତକ ଉସନେ ଗାନ୍ଧୀଙ୍କୋ କୁଁ୍ୟ ମାରା, କଶ୍ମୀର ଓ କଶ୍ମୀର ପଣ୍ଡିତ ଏବଂ ସାୱରକର କାଲା ପାନୀ ଔର ଉସକେ ବାଦ ପୁସ୍ତକ ସମ୍ପର୍କରେ ବକ୍ତାଙ୍କ ସହ ଆଲୋଚନା କରିଥିଲେ ।

Comments are closed.