Latest Odisha News

BREAKING NEWS

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଗିରଫଙ୍କ ଠାରୁ ପୋଲିସ ୧୦ ହଜାର ଟଙ୍କା ସହ ୨ଟି ମୋବାଇଲ୍ ଓ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ବାବୁରାଓ, ପ୍ରଭାକର ସାବତ, ସୁଶାନ୍ତ ପରିଡ଼ା, ସନ୍ତୋଷ ସାହୁ, ସନ୍ତୋଷ କୁମାର ମହାପାତ୍ର ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ । ୨ଟି ଲଜରେ ରେଡ୍ ବେଳେ ଦେହ ବ୍ୟବସାୟ ଧରା ପଡ଼ିବା ପରେ ସହରରେ ଚର୍ଚ୍ଚା ଜୋର୍ ଧରିଛି ।

ତେବେ ବଡ଼ କଥା ହେଉଛି, ଚାକିରିରୁ ବହିଷ୍କୃତ ପରେ ଆଇବିଏନର ଜଣେ ସିପାହୀ ପ୍ରଭାକାର ସାବତ ସେକ୍ସ ରାକେଟରେ ସମ୍ପୃକ୍ତ ଅଛନ୍ତି । ଏନେଇ ଗୁଣୁପୁର ଆଇଆଇସି ଆଶ୍ରିତା ଖଲକେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ପ୍ରଭାକାର ଗୁଣୁପୁରରେ ଏକ ଲଜ ଚଳାଉଥିବା ବେଳେ ଦେହ ବ୍ୟବସାୟରେ ଲିପ୍ତ ଥିବା ପୋଲିସକୁ ଖବର ମିଳିଥିଲା । ଆଉ ରେଡ୍ ପରେ ପୋଲିସ ସାବତଙ୍କ ସହ ତାଙ୍କ ବାପା ଓ ଜଣେ ଗ୍ରାହକଙ୍କ ସହ ଯୁବତୀଙ୍କୁ ଧରିଛି ।

Leave A Reply

Your email address will not be published.