Latest Odisha News

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ଅଗ୍ନିକାଣ୍ଡର ଶିକାର

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ମାର୍କ ଶଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ମାର୍କ ପଢୁଥିବା ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏନେଇ ଜନସେନା ପାର୍ଟି ପକ୍ଷରୁ ସୂଚନା ରହିଛି ।

ଏକ ପ୍ରେସ୍ ରିଲିଜ୍‌ରେ ଜନସେନା ପାର୍ଟି କହିଛି ଯେ ଏହି ଘଟଣାରେ ମାର୍କଙ୍କ ହାତ ଏବଂ ଗୋଡ଼ରେ ପୋଡ଼ି ଆଘାତ ଲାଗିଛି ଏବଂ ଧୂଆଁ କାରଣରୁ ନିଃଶ୍ୱାସ ନେବା ଯୋଗୁଁ ତାଙ୍କର ଫୁସଫୁସ ମଧ୍ୟ ପ୍ରଭାବିତ ହୋଇଛି ଏବଂ ସେ ବର୍ତ୍ତମାନ ସେଠାକାର ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ।

ତେବେ ପୱନ କଲ୍ୟାଣ ବର୍ତ୍ତମାନ ଅଲୁରୀ ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ତାଙ୍କ ପୁଅ ସହିତ ଦୁର୍ଘଟଣା ପରେ ମଧ୍ୟ ସେ ତାଙ୍କର ଗସ୍ତ ଜାରି ରଖିଛନ୍ତି । ପବନ କଲ୍ୟାଣ କହିଛନ୍ତି, “ମୁଁ ଅରାକୁ ଘାଟି ନିକଟସ୍ଥ କୁରିଡିର ଗ୍ରାମବାସୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ମୁଁ କାର୍ଯ୍ୟସୂଚୀ ଅନୁଯାୟୀ ସେମାନଙ୍କୁ ଭେଟିବି ଏବଂ ମୁଁ ମୋର ଗସ୍ତ ଶେଷ କରିବାକୁ ପ୍ରତିବଦ୍ଧ।” ସେ କହିଥିଲେ ଯେ ଆଦିବାସୀ ଅଞ୍ଚଳରେ ବିକାଶ କାର୍ଯ୍ୟକ୍ରମର ବ୍ୟବସ୍ଥା ଚୂଡ଼ାନ୍ତ କରିବା ପରେ, ସେ ତୁରନ୍ତ ସିଙ୍ଗାପୁର ଯିବେ ।

Comments are closed.