Latest Odisha News

BREAKING NEWS

୭୧ତମ ଗଣତନ୍ତ୍ର ଦିବସ: ଚିନୁକ୍‌, ଆପାଚେ ହେଲିକପ୍ଟର ପାରେଡରେ ସାମିଲ

ନୂଆଦିଲ୍ଲୀ: ୭୧ତମ ଗଣତନ୍ତ୍ର ସାରା ଦେଶରେ ଆଜି ଧୂମଧାମରେ ପାଳିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଅମର ଜବାନ ଜ୍ୟୋତି ନିକଟକୁ ନ ଯାଇ ଇଣ୍ଡିଆ ଗେଟ ନିକଟରେ ଥିବା ୱାର ମେମୋରିଆଲକୁ ଯାଇଥିଲେ ।

ବ୍ରାଜିଲ ରାଷ୍ଟ୍ରପତି ଜାୟର ୱାଲସନାରୋ ଏହି ସମାରୋହର ମୁଖ୍ୟ ଅତିଥି ଥିଲେ । ପାରେଡରେ ଚିନୁକ୍ ଓ ଆପାଚେ ହେଲିକପ୍ଟରକୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା ।

କ୍ୟାପ୍ଟେନ ତାନିଆ ଶେରଗିଲ ପ୍ରଥମ ମହିଳା ଅଫିସର ଭାବେ ପୁରୁଷ ବିଭାଗର ନେତୃତ୍ୱ ନେଇଥିଲେ ।

ଜାଣନ୍ତୁ, ପ୍ରମୁଖ ଘଟଣା ସମ୍ପର୍କରେ

କମାଣ୍ଡିଙ୍ଗ ଅଫିସର ଅସିତ ମିସ୍ତ୍ରୀ ସଲାମୀ ଦେଲେ । ଟି୨୦ ଭୀଷ୍ମ ଟ୍ୟାଙ୍କ, ତୋପ-୯ ଏବଂ ଇଂଟିଗ୍ରେଟେଡ ୱେପନ ସିଷ୍ଟମ ରୁଦ୍ର ସାମିଲ ହେଲା ।

୧୬ ରାଜ୍ୟର ୨୦ଟି କଳାକୃତି ପ୍ରଦର୍ଶନ କରାଗଲା ।
ପ୍ରଧାନମନ୍ତ୍ରୀ ସାହସିକ ପୁରସ୍କାର ସମ୍ମାନରେ ୪୯ ପିଲାଙ୍କୁ ସମ୍ମାନିତ କଲେ ।

ରାଜପଥରେ ମହିଳା ଯବାନଙ୍କ ମୋଟରସାଇକେଲ ଡେୟାର ଡେଭିଲ ଶୋ ।

ଏଏସଆଇ ଅନୀତା କୁମାରୀଙ୍କ ନେତୃତ୍ୱରେ ୫ ଏନଫିଲ୍ଡରେ ମହିଳା ଯବାନ ହ୍ୟୁମାନ ପିରାମିଡରେ ଭାଗ ନେଲେ ।
ବାୟୁସେନାର ୪୧ ଏୟାରକ୍ରାଫ୍ଟ, ଆର୍ମି ଏଭିଏଶନ ୱିଙ୍ଗର ୪ ହେଲିକପ୍ଟର ସାମିଲ ।

ଏଥିରେ ୧୬ ଫାଇଟର ଜେଟ, ୧୦ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଓ ୧୯ ହେଲିକପ୍ଟର ରହିଥିଲା ।

୩ ଚିନୁକ, ୩ସି-୧୩୦ଜେ, ୩ ସୁଖୋଇ-୩୦ଏମକେଆଇ, ୩ ସି-୧୭, ୫ ଜାଗୁଆର, ୫ ମିଗ୍‌-୨୯ କରତବ ଦେଖାଇଥିଲେ ।

Leave A Reply

Your email address will not be published.