Latest Odisha News

BREAKING NEWS

ହଂସପାଳରେ ‘ଫ୍ଲାଏ ଓଭର’ ନିର୍ମାଣ ଲାଗି ଗଡ଼କରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ତଥା ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ୍ୁ ନୂଆଦିଲ୍ଲୀଠାରେ ଭେଟିଛନ୍ତି । ଏହି ଅବସରରେ ଅପରାଜିତା ବାରମ୍ବାର ହଂସପାଳ ପରି ଆକ୍ସିଡ଼େଣ୍ଟ୍ ଜୋନ ଲାଗି ଏକ ଫ୍ଲାଏ ଓଭର ନିର୍ମାଣ କରିବାକୁ ଦାବି କରିଥିଲେ ।

ଅପରାଜିତା ଏସମ୍ପର୍କରେ ଏକ ଟ୍ୱିଟ୍ କରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି, ‘ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’ । କେନ୍ଦ୍ରମନ୍ତ୍ରୀଙ୍କୁ ଏହି ଅବସରରେ ଭେଟିଥିବାର ଫଟୋ ମଧ୍ୟ ତାଙ୍କର ଟ୍ୱିଟର୍ ପୃଷ୍ଠାରେ ଅପଲୋଡ୍ କରିଛନ୍ତି ।

ନିକଟରେ ‘ଭୁବନେଶ୍ୱର ଉନ୍ନୟନ ପରିଷଦ’ର କିଛି ସଦସ୍ୟଙ୍କ ସହିତ ହଂସପାଳ ଛକଠାରେ ଏକ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଏଠାରେ ଏକ ଫ୍ଲାଏ ଓଭର୍ ନିର୍ମାଣ କରିବାକୁ ଦାବି କରିଛନ୍ତି ।

ବ୍ୟସ୍ତବହୁଳ କଟକ-ଭୁବନେଶ୍ୱର ଜାତୀୟ ରାଜପଥରେ ଥିବା ହଂସପାଳ ଛକରେ ବାରମ୍ବାର ସଡ଼କ ଦୁଘଟଣା ଘଟୁଥିବା ଯୋଗୁଁ ରାସ୍ତାଟି ବିପଜ୍ଜନକ ହୋଇପଡ଼ିଛି ।

କିଛିଦିନ ପୂର୍ବରୁ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଏଠାରେ ଏକ କାର୍ ଦୁର୍ଘଟଣାରେ ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ବିଧାୟକଙ୍କ କାରଟିର ଅଧିକାଂଶ ଭାଗ କ୍ଷତିଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.