Latest Odisha News

BREAKING NEWS

ଭିଡିଓ ଜରିଆରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ କଳାକାର

ଆଜି କାରଗିଲ ବିଜୟ ଦିବସ । ୨୦ ବର୍ଷ ତଳେ ଆଜିର ଦିନରେ ବେଇମାନ ପାକିସ୍ତାନକୁ ଧୂଳି ଚଟାଇ ଇତିହାସର ପୃଷ୍ଠାରେ ନିଜ ବିରତ୍ୱର ଗାରୀମାକୁ ଉଲ୍ଲେଖ କରିଥିଲେ ଭାରତର ବୀର ଯବାନ ମାନେ ।

ସେହି ବୀରଙ୍କର ବିରତ୍ୱକୁ ମନେପକାଇ ସାରା ଭାରତ ଆଜି ପାଳନ କରୁଛି ବିଜୟ ଦିବସ ।ଏଥରୁ ବାଦ୍ ପଡି ନାହାନ୍ତି ବଲିଉଡ କଳାକାର । ବଲିଉଡର ଅନେକ ନାମୀ ଦାମୀ କଳାକାର ମାନେ ଏକ ଭିଡିଓ ମାଧ୍ୟମରେ ବୀର ଶହୀଦ ମାନଙ୍କ ପ୍ରତି ନିଜର ସମ୍ମାନ ଜଣାଇଛନ୍ତି । ଭାରତୀୟ ସେନାର “ବିଏସଏଫ” ତାର ସୋଶିଆଲ ମିଡିଆରେ ଏହି ଭିଡ଼ିଓଟିକୁ ଶେୟାର କରିଛି ।

ଏହି ଭିଡ଼ିଓରେ ଅମିତାଭ ବଚ୍ଚନ, ସୁନୀଲ ସେଠୀ, ଭିକି କୌଶଲ, ସାଲମାନ ଖାନ, ସୋନୁ ସୁଦ୍ଧ, ଅର୍ଜୁନ ରାମପାଳ, ଜନ ଆବ୍ରାହମ, ଅନୁପମ ଖେର, କଙ୍ଗନା ରଣାୱତ୍ ଓ ଦିସା ପଟାନୀ ଙ୍କ ଭଳି ଅନେକ ଷ୍ଟାରମାନଙ୍କୁ ଦେଖିବାକୁ ମିଳିଛି । ଖାଲି ଅଭିନେତା ନୁହେଁ ସଙ୍ଗୀତ ନିର୍ଦ୍ଦେଶକ ଜାଭେଦ ଅଖତର, ବକ୍ସର ମ୍ୟାରିକମ ମଧ୍ୟ ଏହି ଭିଡ଼ିଓରେ ନଜର ଆସିଛନ୍ତି ।

କାରଗିଲ ଯୁଦ୍ଧର କିଛି ଝଲକ ଥିବା ଛଅ ମିନିଟର ଏହି ଭିଡ଼ିଓରେ ଭାରତୀୟ ସେନାର ବଳିଦାନକୁ ଭାରତବାସୀ ଆଜିବି ମନେ ରଖିଛନ୍ତି ଓ ସେଥିପାଇଁ ସମ୍ପୁର୍ଣ୍ଣ ଭାରତ ବର୍ଷ ବୀର ମାନଙ୍କ ପାଖରେ କୃତଜ୍ଞ ବୋଲି ଦର୍ଶାଯାଇଛି ।

ଦେଖନ୍ତି ଏହି ଭିଡିଓ ଟିକୁhttps://m.yaaya.video/watch/Uq-KoSopjIQ/Kargil-Vijay-Diwas-Celebration-2019-Kargil-Tribute.html

Leave A Reply

Your email address will not be published.