Latest Odisha News

BREAKING NEWS

ଆଇଏଏସ୍ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବେ, କେନ୍ଦ୍ରରୁ ମିଳିଲା ସବୁଜ ସଙ୍କେତ

ଭୁବନେଶ୍ୱର : ବରିଷ୍ଠ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ନେବା ଆବେଦନକୁ ଶୁକ୍ରବାର ଦିନ କେନ୍ଦ୍ରରୁ ସବୁଜ ସଙ୍କେତ ମିଳିବା ପରେ ଏବେ ରାଜନୀତିରେ ମିଶିବାର ତାଙ୍କର ସମସ୍ତ ବାଟ ଫିଟିଯାଇଛି ।

ଏସମ୍ପର୍କରେ କେନ୍ଦ୍ରର ଆଧିକାରୀକ ଘୋଷଣା ହେବା ପରେ ନିଜର ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି ଆଇଏଏସ୍ ଅପରାଜିତା ଷଡଙ୍ଗୀ । “ମୋର ଆଗାମୀ କାର୍ଯ୍ୟପନ୍ଥା ଉତ୍ସାହ ଓ ଉଦ୍ଦିପନାର ସହ ଆରମ୍ଭ ହେବ” ବୋଲି ସେ ଟ୍ୱିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି ।

ଅପରାଜିତା ଷଡଙ୍ଗୀ ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଓଡିଶା ସରକାର ତାଙ୍କର ଏହି ଆବେଦନ ପତ୍ରଟିକୁ ବୁଧବାର ଦିନ ସୁପାରିସ କରିଥିଲେ । ସେ ଗତ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କର ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ ।

ଅଧିକ ପଢନ୍ତୁ:-  ଆଇଏଏସ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଅବସର ନେବେ, ଯୋଗ ଦେଇ ପାରନ୍ତି ରାଜନୀତିରେ

ଯଦିଓ ଅପରାଜିତା ବିହାର ରାଜ୍ୟର ମୂଳ ବାସିନ୍ଦା କିନ୍ତୁ ସେ ତାଙ୍କର ବ୍ୟାଚମେଟ ସନ୍ତୋଷ ଷଡ଼ଙ୍ଗୀଙ୍କୁ ବିବାହ କରିବା ପରେ ଓଡ଼ିଶାକୁ ହିଁ ତାଙ୍କର କର୍ମସ୍ଥଳୀ ଭାବେ ବାଛିଛନ୍ତି । ୨୦୧୩ ମସିହାରେ ସେ କେନ୍ଦ୍ରୀୟ ଡ଼େପୁଟେସନରେ ଯାଇଥିଲେ । ତାହା ପୂର୍ବରୁ ସେ ରାଜ୍ୟ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ, ସ୍କୁଲ ଓ ଗଣଶିକ୍ଷା ବିଭାଗରେ ସଚିବ, ଉଚ୍ଚଶିକ୍ଷା ସଚିବ, କନସୋଲିଡ଼େସନ କମିଶନର ଏବଂ ବସ୍ତ୍ର ଓ ବୟନଶିଳ୍ପ ସଚିବ ଭାବେ କାର‌୍ୟ୍ୟ କରିଥିଲେ ।

ଅଧିକ ପଢନ୍ତୁ:-  ଅପରାଜିତା ଷଡ଼ଙ୍ଗୀଙ୍କ ‘ସ୍ୱେଚ୍ଛାକୃତ ଅବସର’ ନେବା ଆବେଦନକୁ ଗ୍ରହଣ କଲେ ରାଜ୍ୟ ସରକାର

 

Leave A Reply

Your email address will not be published.