Latest Odisha News

BREAKING NEWS

ବାଲେଶ୍ୱର: ଗ୍ରାମବାସୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟସ୍ଥ ହାତିମୁଣ୍ଡା ଗାଁରେ ଶୁକ୍ରବାର ରାତିରେ ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ ମୁହାଁମୁହିଁ ହୋଇଥିବା ଘଟଣା ନଜରକୁ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଗାଁରେ ହାତୀ ଘଉଡାଇବା ପାଇଁ ନୀଳଗିରି ରେଞ୍ଜରଙ୍କ ସହ ଫରେଷ୍ଟ ଗାର୍ଡ ଓ ୬ଜଣ ବନ କର୍ମଚାରୀ ଉପସ୍ଥିତି ଥିଲେ। ଏହି ସମୟରେ ଗ୍ରାମବାସୀ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉତ୍ତ୍ୟକ୍ତ ଲୋକେ ରେଞ୍ଜର ଏବଂ ବନ କର୍ମଚାରୀଙ୍କୁ ମାଡ଼ ମାରିବା ସହ ବନ କର୍ମଚାରୀଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଗତକାଲି ରାତିରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ଆହୁରି ମଧ୍ୟ ଆକ୍ରମଣ କରିଥିବା ଗ୍ରାମବାସୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ଆଗାମୀ ଦିନରେ ହାତୀ ଘଉଡାଇବା ତଥା ରକ୍ଷଣାବେକ୍ଷଣରେ ସହଯୋଗ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ବନ କର୍ମଚାରୀମାନେ ।

ତେବେ ନୀଳଗିରି ଅଞ୍ଚଳରେ ଗତ କିଛିଦିନ ହେବ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ବେଳେ, ହାତୀକୁ ଘଉଡାଇବା ବନ ବିଭାଗ ପାଇଁ ଏକପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟିଗଲାଣୀ ।

Leave A Reply

Your email address will not be published.