Latest Odisha News

BREAKING NEWS

ଭୁବନେଶ୍ୱରରେ ପହଞ୍ଚିଲେ ଅପରାଜିତା ଷଡଙ୍ଗୀ, ବିଜେପିର ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ବିଜେପିରେ ଯୋଗଦେବା ପରେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ଏହି ବରିଷ୍ଠ ଅଧିକାରୀ ନିଜ ପଦବୀରୁ ଅବସର ପରେ ରାଜନୀତିରେ ପ୍ରବେଶ ନେଇ ବିଧିବଦ୍ଧ ଘୋଷଣା ପରେ ଗତ ୨୭ ତାରିଖ ଦିନ ନୂଆଦିଲ୍ଲୀଠାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଅମିତ ଶାହଙ୍କ ବାସଭବନକୁ ଯାଇ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ।

ଅନ୍ୟପକ୍ଷରେ ଆଜି ସକାଳେ ଅପରାଜିତା ଷଡଙ୍ଗୀ ଜଣେ ରାଜନୈତିକ ଦଳର ନେତ୍ରୀ ଭାବେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ସହ ସ୍ୱାଗତ କରାଯାଇଛି ।

ଆହୁରି ମଧ୍ୟ ରାଜନୀତିର ପଶାପାଲିରେ ନୂତନ ଭାବେ ଯୋଗ ଦେଇଥିବା ଅପରାଜିତା ଆସନ୍ତା ୨୦୧୯ ନିର୍ବାଚନରେ ଦଳ ପକ୍ଷରୁ ଲଢିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.