Latest Odisha News

BREAKING NEWS

କଳାହାଣ୍ଡିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ଜଣ ମୃତ, ୨ଗୁରୁତର ଆହତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଠାରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ୨ଜଣ ଗୁରୁତର ଆହତ ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଦ୍ରୁତ ବେଗରେ ଯାଉଥିବା ବେଳେ ଜଣେ ସାଇକେଲ ଆରୋହୀକୁ ଧକ୍କା ଦେଇଥିଲା। ଟ୍ରକଟି ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଉକ୍ତ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଗାଡି ଆଗରେ ବସିଥିବା ଜଣେ ନାବାଳକ ଚାପି ହୋଇ ମୃତ୍ୟୁ ବରଣ କରିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଦୁର୍ଘଟଣାରେ ଡ୍ରାଇଭର ଓ ହେଲପର ଜଣଙ୍କୁ ଉଦ୍ଧାର କରାଯାଇ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ନିମନ୍ତେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.