ବ୍ୟୁରୋ: ବୁଧବାର ଜମ୍ମୁକାଶ୍ମୀରରେ ଏନକାଉଂଟର । ବଡଗାମ ଜିଲ୍ଲାର ୟୁସମର୍ଗ ଅଂଚଳରେ ସୁରକ୍ଷାବାହିନୀଙ୍କୁ ବଡ ଧରଣର ସଫଳତା ମିଳିଛି । ପହଲଗାମ୍ ଆଟାକ୍ର ବଦଲା ନେଇଛି ସେନା । ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନର ପୂର୍ବତନ ଏସଏସଜି କମାଣ୍ଡର ନିପାତ ହୋଇଛି । ଲସ୍କର-ଏ-ତୋଇବାର ଉଚ୍ଚ ପ୍ରଶିକ୍ଷିତ ଟପ୍ ଆତଙ୍କୀ ହାଶିମ ମୂସାକୁ ଏନକାଉଂଟର କରିଛି ସୁରକ୍ଷାବଳ । ସେପଟେମ୍ବର ୨୯ତାରିଖ ରାତିରୁ କୋରାଗ ଅଂଚଳରେ ସ୍ଥାନୀୟ ପୋଲିସ ସହ ମିଶି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା । ସେନା, ଜାମ୍ମୁୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫକୁ ମିଲିଥିବା ସୂଚନା ଆଧାରରେ ସର୍ଚ୍ଚଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ କିଛି ସନ୍ଦିଗ୍ଧ ଗତିବିଧି ନଜରକୁ ଆସିଥିଲା । ତାପରେ ସେନା ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ହିଁ ହାଶିମ ଟଳି ପଡିଥିଲା । ପରେ ସେ ଲସ୍କର-ଏ-ତୋଇବାର ଟପ୍୍ ଆତଙ୍କୀ ହାଶିମ ବୋଲି ଜଣାପଡିଲା । ୨୨ ଏପି୍ରଲ ୨୦୨୫ରେ ପହଲଗାମ୍ରେ ଭୟଙ୍କର ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଥିଲା ମୂସା । ଘଟଣାରେ ୨୬ଜଣଙ୍କର ମୃତୁ୍ୟୁ ହୋଇଥିଲା । ଜମ୍ମୁ-କାଶ୍ମୀର ଡିଜିପିଙ୍କ ସୂଚନା ଅନୁସାରେ ପୁଂଚ୍ରେ ହୋଇଥିବା ଆତଙ୍କୀ ହମଲାର ମୁଖ୍ୟ ଥିଲା ହାଶିମ୍ । ପ୍ରଥମେ ପାକିସ୍ଥାନ ଏସଏସଜିରେ ପାରା କମାଣ୍ଡୋ ଭାବେ ହାବିଲଦାର ପୋଷ୍ଟରେ ଥିଲା । ୨୦୨୩ରେ ଅବସର ନେଇ ଲସ୍କର –ଏ-ତୋଇବାରେ ଯୋଗଦେଇଥିଲା । ଜଣେ ଉଚ୍ଚସ୍ତରୀୟ କମାଣ୍ଡୋ ଭାବେ ଆମ୍ବୁସ୍ କରିବା ଏବଂ ଗରିଲା ତରିକାରେ ଆଟାକ୍ କରିବାରେ ମାହିର ଥିଲା ମୂସା । ମିଲିଟାରୀ ବ୍ୟାକ୍ଗ୍ରାଉଣ୍ଡ ହିଁ ତଦନ୍ତ ପରିସରଭୁକ୍ତ ହୋଇଛି । ପୂର୍ବରୁ ସେପଟେମ୍ବର ୫ରେ ୟୁସମର୍ଗର ପାହାଡିଆ ଅଂଚଳରେ ସଚ୍ଚ ର୍ଅପରେସନ ହୋଇଥିଲା ହେଲେ ସୁରକ୍ଷାବାହିନୀଙ୍କୁ ଚକମା ଦେବାରେ ସଫଳ ହୋଇଥିଲା ହାଶିମ୍ । ଘନିଷ୍ଠ ସହଯୋଗୀ ୟାସିର ନିହତ ହୋଇଥିଲା । ଏହାପରେ ମୂସାକୁ ସର୍ଚ୍ଚ ଅପରେସନ ଜୋର ଧରିଥିଲା । ଏନକାଉଂଟର ପରେ ମଧ୍ୟ ପୁରା ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଉ କୌଣସି ଆତଙ୍କୀ ଲୁଚିଛନ୍ତି କି ନାହିଁ ତାର ଯାଂଚ ଚାଲିଛି । ସେନା ପକ୍ଷରୁ ଅପରେସନ କୋରାଗ୍ ବୋଲି ନାଁ ଦିଆଯାଇଛି । ସେପଟେମ୍ବରରେ ଆତଙ୍କୀ ବିରୋଧୀ ଅଭିଯାନ ଲଗାତାର ଜାରି ରହିଥିବା ବେଳେ ଏହି ଘଟଣା ସୁରକ୍ଷା ବ୍ୟବସ୍ଥା ପାଇଁ ଗୁରୁତ୍ୱ ବହନ କରୁଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.