Latest Odisha News

ଆପୋଲୋ ହସ୍ପିଟାଲ ପକ୍ଷରୁ ସୁସ୍ଥ ହୃତ୍‌ପିଣ୍ଡ ସଚେତନତା ରଥର ଶୁଭାରମ୍ଭ

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ସୁସ୍ଥ, ହୃତ୍‌ପିଣ୍ଡ ବା ହାର୍ଟର ସୁରକ୍ଷା ସମ୍ପର୍କରେ ସଚେତନ କରାଇବା ପାଇଁ ଏବଂ ସେମାନଙ୍କୁ କାର୍ଡିଭୋସ୍କୁଲାର ଡିଜିଜ୍‌(ସିଭିଡି) ବିରୋଧରେ ଲଢ଼େଇ କରିବାର ବାଟ ଦେଖାଇବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟର ଏହି ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପକ୍ଷରୁ ଆଜି ସଚେତନତା ରଥ ବା ଗାଡ଼ିର ଶୁଭାରମ୍ଭ ହୋଇଛି । ଆପୋଲୋ ହସ୍ପିଟାଲ ପରିସରରୁ ଏହି ଗାଡ଼ି ରାଜ୍ୟର କୋଣ ଅନୁକୋଣକୁ ଯାତ୍ରା କରିଛି । ବିଏ ହାର୍ଟ ହିରୋ ବୋଲି ଏହାର ଥିମ୍‌ ରହିଛି ।

ଏହି ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଆଜି ଆପୋଲୋ ହସ୍ପିଟାଲ୍ସ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ର ସେଣ୍ଟ୍ରାଲ ରିଜିଅନ୍‌ ସିଇଓ ଶ୍ରୀ ସୁଧୀର ଏମ୍‌. ଦିଗ୍ନିକର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଲୋକଙ୍କୁ ସୁସ୍ଥ ହୃତ୍‌ପିଣ୍ଡର ଗୁରୁତ୍ୱ ବିଷୟରେ ଅବଗତ କରାଇବା । ସେମାନଙ୍କୁ ପ୍ରୋତ୍ସାହିତ କରିବା ମଧ୍ୟ ଏହି ଅଭିଯାନର ଆଉ ଏକ ଆଭିମୁଖ୍ୟ ।

ଏହି ଗାଡ଼ି ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଆଦି ୨୦ଟି ଜିଲ୍ଲାକୁ ଯାତ୍ରା କରିବ । ଆସନ୍ତା ୩୦ ତାରିଖରେ ଏହି ଗାଡ଼ି ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ ପରିସରକୁ ଫେରିବ ଏବଂ ୧୩ ଦିନରେ ପାଖାପାଖି ୩ ହଜାର କିଲୋମିଟର ରାସ୍ତା ଗାଡ଼ିଗୁଡ଼ିକ ଅତିକ୍ରମ କରିବ । ଏହି ଗାଡ଼ିରେ ହସ୍ପିଟାଲର ଏକ ସ୍ୱତନ୍ତ୍ର ଟିମ୍‌ ରହିବେ । ସେମାନେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ହୃତ୍‌ରୋଗର ଭୟାବହତା ନେଇ ସଚେତନ କରାଇବେ । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଗାଡ଼ିଟି ଭ୍ରମଣ କରିବା ପରେ ସାଧାରଣ ଲୋକ, ଶିଳ୍ପାନୁଷ୍ଠାନ,ଗୋଷ୍ଠୀ ଓ ବିଭିନ୍ନ ସଙ୍ଗଠନଗୁଡ଼ିକ ନିଶ୍ଚିତ ଭାବେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

ପ୍ରକାଶଥାଉକି, ପ୍ରତିବର୍ଷ ସେପେଫମ୍ବର ୨୯ ତାରିଖରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ବା ୱାଲïର୍ ହାର୍ଟ ଡେ’ ପାଳନ କରାଯାଇଥାଏ । ଏକନିରୋଗ ତଥା ସୁସ୍ଥ ହୃତ୍‌ପିଣ୍ଡ ସମ୍ପର୍କରେ ସାଧାରଣ ଲୋକଙ୍କୁ ପ୍ରୋତ୍ସାହିତ କରିବା ଏବଂ ସମସ୍ତଙ୍କୁ ହାର୍ଟ ହିରୋ ହେବାକୁ ଆପୋଲୋ ହସ୍ପିଟାଲର ମୂଳ ଲକ୍ଷ୍ୟ । ଏହି ହାର୍ଟ ଡେ ହେଉଛି ବିଶ୍ୱସ୍ତରୀୟ ଅଭିଯାନ, ଯେଉଁଥିରେ ବିଭିନ୍ନ ବର୍ଗର ଲୋକ, ପରିବାର, ଗୋଷ୍ଠୀ ଓ ସାରା ବିଶ୍ୱର ବିଭିନ୍ନ ସରକାର ସାମିଲ ହୋଇ ସୁସ୍ଥ ଓ ନିରୋଗ ହୃତପୀଣ୍ଡ ସଂପର୍କରେ ସଚେତନ ହୁଅନ୍ତି ଏବଂ ଅନ୍ୟକୁ ସଚେତନ କରାନ୍ତି । ୱାଲïର୍ ହାର୍ଟ ଫେଡେରେସନ ସାରା ବିଶ୍ୱର ଲୋକଙ୍କୁ ଏକାଠି କରାଇଥାଏଓ ଏକ ସୁସ୍ଥ ହୃତପିଣ୍ଡ ସହ ଜୀବନଯାପନ କରିବାକୁ ପ୍ରୋସିାହିତ କରିଥାଏ ।

୧୯୮୩ମସିହାରେ ଗୋଟିଏ ମାତ୍ର ଡାକ୍ତରଖାନାରୁ ଆପୋଲୋ ହସ୍ପିଟାଲ ଗ୍ରୁପ ଆରମ୍ଭ ହୋଇଥିଲା । ଏବେ ଏହା ଗର୍ବର ସହିତ ୧୧ଟି କ୍ତଅଇଓ ଆକ୍ରିଡେଟେଡ୍‌ ହସ୍ପିଟାଲ ଚଳାଉଛି । ଏହାର ୨୫ଟି ବିଶ୍ୱସ୍ତରୀୟ ହାର୍ଟ ଇନ୍‌ଷ୍ଟିଚୁ୍ୟଟ୍‌ରେ ଦେଢ଼ ଲକ୍ଷରୁ ଅଧିକ ହାର୍ଟ ସର୍ଜରୀ ହୋଇସାରିଲାଣି ଏବଂ ଏହାର ସଫଳତା ହାର ଖୁବ୍‌ ଅଧିକ । ଏହା ୪୨ମିଲିୟନ ଲୋକଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି । ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରରେ ଆମେ ବିଶ୍ୱାସ କରୁଯେ, ସୁସ୍ଥ ରହିବା ଏକ ପ୍ରକ୍ରିୟା ଓ ଏହା ଏକକ କାର୍ଯ୍ୟକ୍ରମ ନୁହେଁ ।

ଏହା ଏକାଧିକ କାର୍ଯ୍ୟର ସମାହାର, ଯେଉଁଥିରେ ଏକ ଭଲ ଚାପ ମୁକ୍ତ ଜୀବନ ଶୈଳୀ, ଦୈନିକ ଡାଏଟ ଓ ବ୍ୟାୟାମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୌଣସି ରୋଗ ଶରୀରରେ ରହିଛି କି ନାହିଁ ତା’ର ଯାଞ୍ଚ କରାଇନେବା କାର୍ଯ୍ୟ ଆଦି ସାମିଲ ହୋଇଛି । ଆମେ ଆମ ବନ୍ଧୁ, ପରିବାର ଏବଂ କର୍ମଚାରୀମାନଙ୍କୁ ସୁସ୍ଥ ରୋଷେଇ କରି ସ୍ୱାସ୍ଥ୍ୟକର ଖାଦ୍ୟ ଭକ୍ଷଣ କରିବା ପାଇଁ ପରାମର୍ଶ ଦେଉଛୁ । ଧୂମପାନ ଠାରୁ ଦୂରେଇ ରହିବା ସହ ବ୍ୟାୟାମ କରିବା ପାଇଁ ମଧ୍ୟ ପ୍ରୋସିାହିତ କରୁଛୁ । ଆମର ଏହି ଅଭିଯାନ ନେଇ ଶ୍ରୀ ଦିଗ୍ନିକର କହିଛନ୍ତି ଯେ, ଏସିଆର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନଭାବେ ଆମେ ସୁସ୍ଥ ଓ ନୀରୋଗ ହୃତପିଣ୍ଡ ନେଇ ସଚେତନତା ବାର୍ତ୍ତା ଦେଇ ଆସୁଛୁ ।

ଚଳିତବର୍ଷ ଏକ ଗାଡି ସଚେତନତା ବାର୍ତ୍ତା ନେଇ ଯାତ୍ରା ଆରମ୍ଭ କରିଛି । ଯାହା ୧୩ଦିନ ପରେ ଭୁବନେଶ୍ୱର ଫେରି ଆସିବ । ସେ କହିଛନ୍ତିଯେ, ସାଧାରଣ ଲୋକଙ୍କୁ ହୃତପିଣ୍ଡ ସଂପର୍କରେ ସଚେତନ କରାଇବା ପାଇଁ ଆମର ଏ ଗାଡି ବାଟରେ ଏକାଧିକ କାର୍ଯ୍ୟକ୍ରମ କରିବ । ଆମର ଲକ୍ଷ୍ୟ ଲୋକଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରୁବୁ । ତାହା ହେଉଛି ‘ମୁଁ ମୋ ହୃତପିଣ୍ଡ ଓ ତୁମର ହୃତପିଣ୍ଡର ସୁସ୍ଥତା ପାଇଁ ଏବେଠାରୁ କ’ଣ କରିବା ଉଚିତ୍‌ । ଆଜିର ଏ କାର୍ଯ୍ୟକ୍ରମର ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ନିର୍ଦ୍ଦେଶକ (ମେଡ଼ିକାଲ ସର୍ଭିସେସ୍‌) ଡକଫର ଆଶିଷ ଚନ୍ଦ୍ରା, ଇଣ୍ଟରଭେନ୍‌ସିଓନାଲ୍‌ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡକଫର ପିକେ ସାହୁ, ବିଭିନ୍ନ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.