Latest Odisha News

BREAKING NEWS

ସବୁ ସ୍କୁଲ ପିଲାଙ୍କୁ ମିଳିବ ଜୋତା, ଡ୍ରେସ ଓ ପରିଚୟ ପତ୍ର

ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ସ୍କୁଲର ସବୁ ବର୍ଗର ପିଲାମାନଙ୍କୁ ଜୋତା, ଡ୍ରେସ ଓ ପରିଚୟ ପତ୍ର ମିଳିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରକାଶ କରିଛନ୍ତି । ପୂର୍ବରୁ କେବଳ ବିପିଏଲ ଶ୍ରେଣୀର ପିଲାମାନଙ୍କୁ ଏହି ସୁବିଧା ମିଳୁଥିଲା ।

ସେହିପରି ସ୍କୁଲ ଟାଇମର ପରିବର୍ତନ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ଏଭଳି ନିଷ୍ପତି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇ ନାହିଁ । ବିଇଓ ଯେଉଁ ହେଡ ମାଷ୍ଟର ମାନଙ୍କୁ ଚିଠି ଲେଖିଛନ୍ତି ତାହା ତାଙ୍କର ନିଷ୍ପତି ବୋଲି ସେ କହିଥିଲେ ।

Leave A Reply

Your email address will not be published.