ମୁମ୍ବାଇ: ଆପଲ୍ କମ୍ପାନୀର କମ୍ ଦାମର ଆଇଫୋନ ୨ ଖୁବ ଶିଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଏସଇ ୨ ଆପଲ୍ ଆଇଫୋନ ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ଲଞ୍ଚ୍ ହେବାର କାର୍ଯ୍ୟକ୍ରମ ରହିଛି । ଯେହେତୁ କରୋନା ମହାମାରୀ ଯୋଗୁଁ ଏବେ ଲକ୍ଡ଼ାଉନ୍ ଜାରି ରହିଛି ଏହି ଲଞ୍ଚ୍ ତାରିଖରେ ପରିବର୍ତ୍ତନ ହେବାର ମଧ୍ୟ ସମ୍ଭାବନା ରହିଛି ।
ଆପଲ୍ କମ୍ପାନୀର ଏସଇ ୨ ଆଇଫୋନ ୨୦୧୬ରେ ବଜାରକୁ ଆସିଥିଲା । ଏହାର ନୂଆ ସଂସ୍କରଣ ହେଉଛି ଏସଇ ୨ । ମାତ୍ର ଏସଇ ୨ରେ ପୂର୍ବାପେକ୍ଷା କମ୍ ଓସାର ୪.୭ ଇଞ୍ଚର ସ୍କ୍ରିନ ଯାହାର କି ମୂଲ୍ୟ ମଧ୍ୟ ଯଥେଷ୍ଟ କମ୍ ରହିଛି । ଏହି ଆଇଫୋନର ମୂଲ୍ୟ ସର୍ବନିମ୍ନ ୩୦,୦୦୦ ଟଙ୍କା ରହିଛି ।
ଆଇଫୋନ ୮ ପରି ଏହାର ଲୁକ୍ସ ରହିଛି ମାତ୍ର ଏଥିରେ ପୂର୍ବପରି ଟଚ୍ ଆଇଡ଼ି ବଟନ୍ ଉପଲବ୍ଧ ହେବ । ଏଥିରେ ପୂର୍ବପରି ଫେଓ ଆଇଡ଼ି ବଟନ୍ ରହିବ ନାହିଁ । ଏହି ଆଇଫୋନ ତିନୋଟି ଭିନ୍ନ ଭିନ୍ନ ରଙ୍ଗରେ ବଜାରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି – ସିଲଭର୍, ଗ୍ରେ ଏବଂ ଗୋଲ୍ଡେନ ।
ଏହି ଆଇଫୋନଟି ୩ଜିବି ରାମ ରେ ଉପଲବ୍ଧ ହେବା ସହିତ ଏଥିରେ ୬୪ ଜିବି ଓ ୧୨୮ ଜିବି ଷ୍ଟୋରେଜ୍ କ୍ଷମତା ରହିବ ବୋଲି ଜଣାପଡ଼ିଛି ।
Comments are closed.